ଦୁଇ ବାଇକ୍ ମୁହାମୁହିଁ ଧକ୍କା ; 4 ମୃତ, 2 ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ଡ୍ରାଫ ଠାରେ ଦୁଇ ବାଇକ୍ ମୁହଁମୁହିଁ ଧକ୍କା । ଫଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଆହତ ହୋଇଛନ୍ତି ।
ସୂଚନା ମୁତାବକ ଏକ ବାଇକରେ 3 ଜଣ ବସି ଅଶୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗ ର 3 ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଯାଉଥିବା ବେଳେ ବରାଡି ନିକଟ ଡ୍ରାଫ ଠାରେ ମୁହାମୁହିଁ ଧକ୍କା ହୋଇଥିଲା । ବହୁତ୍ ଜୋର ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ବାହାରକୁ ଆସି ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।
ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ 4 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ତଥାପି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ମୃତକ ମାନେ ହେଲେ ରଜନୀ ଗୌଡ଼( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ମହେନ୍ଦ୍ର ନାୟକ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ଶ୍ରୀକାନ୍ତ ଗୌଡ଼ (ଅସୁରବନ୍ଧ ଗ୍ରାମବାସୀ) , ମନୋଜ ଡାକୁଆ ( ଦୁଲାଡ଼ ଗ୍ରାମ ବାସି ),ଗୁରୁତର ଆହତ ମାନେ ହେଲେ ଜୟନ୍ତ ବlଡ଼ତ୍ୟା ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ପୂର୍ଣ୍ଣ ଗୌଡ଼ ( ଦୁଲାଡ଼ ଗ୍ରାମବାସି ) ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...