ଟ୍ରାକ୍ଟର ବାଇକ୍ ଧକ୍କା ଦୁଇ ବାଇକ ଆରୋହୀ ଗୁରୁତର
·1 year ago

ଅର୍ଗସ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କରଡ଼ାସିଙ୍ଗ ଗ୍ରାମରେ ଟ୍ରାକଟର ଓ ବାଇକ ମୁହାଁମୁହିଁ ଧକ୍କାରେ ଦୁଇ ଯୁବକ ଗୁରୁତର l ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I ସୂଚନା ଅନୁସାରେ ଦୁଇ ଯୁବକ ଏକ ଗ୍ଲାମର ଗାଡ଼ିରେ ବିନିକେୟୀ ଅଭିମୁଖେ ଯାଉଥିଲେ କିନ୍ତୁ କରଡ଼ାସିଙ୍ଗ ଗ୍ରାମ ଛକ ପାଖରେ ଏକ ଟ୍ରାକଟର ତାଙ୍କ ବାଇକକୁ ମୁହାଁ ମୁହିଁ ଭାବେ ଧକା ଦେଇଥିଲା ଫଳରେ ଦୁଇ ଯୁବକ ବାଇକରୁ ଖସି ଫିଙ୍ଗି ହୋଇ ତଳେ ପଡ଼ିଯାଇଥିଲେ।
ଗୁରୁତର ଦୁଇ ଯୁବକ ହେଲେ ବୌଦ୍ଧ ଜିଲ୍ଲା ଧଳପୁର ଗ୍ରାମର ନବୀନ ବେହେରା ଓ ଖରାସଙ୍କୁଲାଇ ଗ୍ରାମର ଆକାଶ ପ୍ରଧାନ ବୋଲି ଜଣାପଡିଛି l ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଉଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: