ବଜ୍ରପାତ ଘଟି ଦୁଇ ବାଇକ ଆରୋହୀ ଗୁରୁତର
·2 years ago·1 min read

କେନ୍ଦ୍ରାପଡା: ବଜ୍ରପାତ ଘଟି ଦୁଇ ବାଇକ ଆରୋହୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି l ପଙ୍କି ଗାଁ ର ବିଭୁତି ବିଶ୍ୱାଳ (୩୨) ଓ ଦାମୋଦର ମଲ୍ଲିକ (୫୫) ଦୁଇ ଜଣ ଏକ ବାଇକରେ କେନ୍ଦୁସାହି ଦେଇ ଓଳାଭର ଆସୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ସେମାନେ ଏକ ଆମ୍ବଗଛ ମୂଳେ ଆଶ୍ରୟ ନେଇଥିଲେ l ସେହି ସମୟରେ ହଠାତ ବଜ୍ରପାତ ହେବାରୁ ଉଭୟ ଛିଟିକି ପଡ଼ିଥିଲେ l ବଜ୍ରପାତ ର ମାଡ଼ରେ ବିଭୁତି ଙ୍କ ଛାତିରେ ମାଡ଼ ହୋଇଥିଲା l
ବେହୋସ ଅବସ୍ଥାରେ ଥିବା ଦୁଇ ଜଣକୁ ଉଦ୍ଧାର କରାଯାଇ ରାଜକନିକା ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ ଦାମୋଦର ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ଗୁରୁତର ଥିବା ବିଭୂତି ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣା ଅନ୍ୟା ବାଇକ ଆରୋହୀଙ୍କ ଭିତରେ ଛନକା ଖେଳାଇ ଦେଇଛି। ରାଜକନିକା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ବିଭୁତିଙ୍କ ଚିକିତ୍ସା ଚାଲୁ ରହିଛି ଆବଶ୍ୟକ ପଡିଲେ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: