|
logo
Live

Argus News - ଓଟିଡିସି କଳିଙ୍ଗ କନଭେନସନ୍ ହଲରେ ଲୋକାର୍ପିତ ହେଲା ଲଲାଟେନ୍ଦୁ ସାହୁଙ୍କ ଦୁଇଟି ପୁସ୍ତକ

Odisha

ଓଟିଡିସି କଳିଙ୍ଗ କନଭେନସନ୍ ହଲରେ ଲୋକାର୍ପିତ ହେଲା ଲଲାଟେନ୍ଦୁ ସାହୁଙ୍କ ଦୁଇଟି ପୁସ୍ତକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଓଟିଡିସି କଳିଙ୍ଗ କନଭେନସନ୍ ହଲରେ ଲୋକାର୍ପିତ ହେଲା ଲଲାଟେନ୍ଦୁ ସାହୁଙ୍କ ଦୁଇଟି ପୁସ୍ତକ

ଅର୍ଗସ ବ୍ୟୁରୋ: ଯୁବ କଥାଶିଳ୍ପୀ ତଥା ପ୍ରଶାସକ ଡକ୍ଟର ଲଲାଟେନ୍ଦୁ ସାହୁଙ୍କ ଦୁଇଟି ପୁସ୍ତକ ଘାଟ ମୁହାଁ ଡଙ୍ଗା ଓ ଏକ ଅପହୃତ କଲିଂ ବେଲର ସମାଧି ରବିବାର ସ୍ଥାନୀୟ ଓଟିଡିସି କଳିଙ୍ଗ କନଭେନସନ୍ ହଲରେ ଲୋକାର୍ପିତ ହୋଇଯାଇଛି। ପକ୍ଷୀଘର ସଂପାଦକ ବନୋଜ ତ୍ରିପାଠୀ ଅତିଥିଙ୍କୁ ସ୍ଵାଗତ ସହିତ ପରିଚିତି ପ୍ରଦାନ କରିଥଲେ। ଗାଲ୍ପିକ ଡକ୍ଟର ସାହୁ ଲେଖକୀୟ ଅଭିବ୍ୟକ୍ତି ଉପସ୍ଥାପିତ କରିବା ପରେ ଭାରତୀୟ ପ୍ରଶାସନିକ ଅଧିକାରୀ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, କଥାକାର ବିଭୂତି ପଟ୍ଟନାୟକ, ସାଂସଦ ତଥା ସିନେ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ଗାଲ୍ପିକ ଡକ୍ଟର ଅଜୟ ସ୍ବାଇଁ, ଗାଲ୍ପିକ ଅଜୟ ମହାପାତ୍ର, ପ୍ରମୁଖ ଓଡିଆ ଗଳ୍ପ ଓ ଉପନ୍ୟାସ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଓଡ଼ିଆ ଗଳ୍ପ ସାହିତ୍ୟର ଉତ୍ତରାଧିକାରୀ ଭାବେ ଲଲାଟେନ୍ଦୁଙ୍କ ଭଳି ପ୍ରତିଭା ମାନେ ଆଗକୁ ଆସନ୍ତୁ ବୋଲି ଅତିଥି ମାନେ କାମନା କରିଥିଲେ। ପୂର୍ବରୁ ଡକ୍ଟର ସାହୁ ଙ୍କ ଅଣଚାଶ ପବନ ଓ ଲଲାଟେନ୍ଦୁଙ୍କ ଗଳ୍ପ ଶତକ ପାଠକୀୟ ସ୍ଵୀକୃତି ପାଇଥିବା ବେଳେ ଏହି ଦୁଇ ପୁସ୍ତକ ସମସାମୟିକ ସାମାଜିକ ଜୀବନର ନିଛକ ଚିତ୍ରଣ ହୋଇଥିବାରୁ ଆଦୃତି ଲାଭ କରିବ ବୋଲି ଅତିଥି ମାନେ ମତପୋଷଣ କରିଛନ୍ତି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଶତାଧିକ ସାହିତ୍ୟ ସାଧକ କବି,ଗାଳ୍ପିକ,ଔପନ୍ୟାସିକ ଓ ସାହିତ୍ୟ ଅନୁରାଗୀ ମାନେ ଯୋଗଦେଇଥିବା ବେଳେ ଗାଲ୍ପିକ ଅଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଓଟିଡିସି କଳିଙ୍ଗ କନଭେନସନ୍ ହଲରେ ଲୋକାର୍ପିତ ହେଲା ଲଲାଟେନ୍ଦୁ ସାହୁଙ୍କ ଦୁଇଟି ପୁସ୍ତକ | Argus News