ବଡ ଭାଇକୁ ବଞ୍ଚାଇବାକୁ ଯାଇ ବୁଡିଗଲା ସାନ ଭାଇ
·2 years ago

ଯାଜପୁର: ଖରସ୍ରୋତା ନଦୀରେ ବୁଡି ଦୁଇ ଭାଇ ନିଖୋଜ । ଯାଜପୁର ରୋଡ୍ ଥାନା ଯୋକଡିଆ ନିକଟ ନଦୀରେ ବୁଡି ଦୁଇ ଭାଇ ନିଖୋଜ ହୋଇଥିବା ସୂଚନା ରହିଛି । ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ନଦୀରେ ବୁଡି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଂଚି ଦମକଳ ବାହିନୀକୁ ଖବର ଦେବା ସହ ଘଟଣାର ଅନୁଧ୍ୟାନ କରୁଛି ।
ନିଖୋଜ ଦୁଇ ଭାଇ ସ୍ଥାନୀୟ ଫେରୋକ୍ରମ କଲୋନୀ ନିକଟସ୍ଥ ସିବାନନ୍ଦ ନଗରର ଶାଶ୍ୱତ ସ୍ୱାଇଁ (୨୪) ଓ ସ୍ବାସ୍ତିକ ସ୍ୱାଇଁ (୨୧) ବୋଲି ଜଣାପଡିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: