Videos
|
Odisha

Emotional Death News / ଦୁଇ ଭାଇଙ୍କ ମୃତ୍ୟୁ ଖବର ଶୁଣି ସହିପାରିଲେନି କାନ୍ଦି କାନ୍ଦି ଟଳିପଡ଼ିଲେ ଭଉଣୀ

Ritu Das
Browse all articles by Ritu Das
·17 mins ago·2 min read
ଦୁଇ ଭାଇଙ୍କ ମୃତ୍ୟୁ ଖବର ଶୁଣି ସହିପାରିଲେନି କାନ୍ଦି କାନ୍ଦି ଟଳିପଡ଼ିଲେ ଭଉଣୀ
India

Key Points

ହସଖୁସିର ସଂସାରରେ ଛାଇଗଲା ଲୁହ
ଆଖିପିଛୁଳାକେ ଚାଲିଗଲା ୩ ଜୀବନ
ସତରେ କୁହାଯାଏ ବିଧିର ବିଧାନ କେ କରିବ ଆନ। ଯିଏ ଯେତିକି ଦିନ ପାଇଁ ସେ ସେତିକି ଦିନ ତୁମ ସହ ମାୟା ମୋହରେ ବନ୍ଧା ହେବେ। କିନ୍ତୁ ତା’ ପରେ ଆୟୁଷ ସରିଲେ ନିଜ ନିଜ ଖେଳ ସାରି ବାହୁଡ଼ିଯିବେ। ଏହା ସତ। କିନ୍ତୁ ଏମିତି ୩ଟି ଜୀବନ ଦୀପ ଭୁଲିଯିବ। ତାହା କାହାକୁ ଜଣାଥିଲା। ଡକାଡକି ହୋଇ ଗୋଟିଏ ଘରୁ ତିନି ଭାଇଭଉଣୀ ଚାଲିଗଲେ। ତିନିଜଣଙ୍କ ପୁରା ପରିବାର ଭଙ୍ଗିପଡ଼ିଛନ୍ତି। ଯାହାକୁ ଦେଖ ସିଏ ଛାତି ଫଟେଇ କାହୁଛି।
ଏମିତି ବି ମୃତ୍ୟୁ ଆସେ। ହସଖୁସିର ସଂସାରରେ ଛାଇଗଲା ଲୁହ । ଆଖିପିଛୁଳାକେ ଚାଲିଗଲା ୩ ଜୀବନ । ଦୁଇ ସାନ ଭାଇଙ୍କ ମୃତ୍ୟୁ ଖବର ପାଇ ଟଳିପଡିଲେ ବଡ଼ ଭଉଣୀ । ଅଚେତ ହୋଇ ତଳେ ପଡିଗଲେ , ଆଉ ଫେରିଲାନି ଚେତା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ନଳଗଜା ପଞ୍ଚାୟତର ନୁଣଚାଟି ଗାଁରେ।

ଖବର ଅନୁଯାୟୀ, ମୃତ ମହିଳା ହେଉଛନ୍ତି ଶ୍ରଦ୍ଧାଞ୍ଜଳି ସେନାପତି । ତାଙ୍କ ବୟସ-୩୨ ବର୍ଷ । ଗତକାଲି ମହିଳାଙ୍କର ଦୁଇ ମାଉସୀ ପୁଅ ଭାଇଙ୍କର ଜଳେଶ୍ବର ନିକଟସ୍ଥ ମାଟିପୁରା ଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ଶ୍ରଦ୍ଧାଞ୍ଜଳି କାନ୍ଦି ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସେପଟେ କେଇଁ ଘଣ୍ଟାରେ ପରିବାରରେ ତିନି ଜଣଙ୍କ ମୃତ୍ୟୁ ଖବର ଶୁଣି ପୁରା ପରିବାର ଭାଙ୍ଗିପଡିଛନ୍ତି । ଗୋଟିଏ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ଏବଂ ସେହି ଖବର ଶୁଣି ବଡ଼ ଭଉଣୀଙ୍କ ଅକାଳ ବିୟୋଗକୁ ନେଇ ପୂରା ପରିବାର ଭାଙ୍ଗି ପଡ଼ିଛି। ଏହି ଘଟଣା ନୁଣଚାଟି ଗାଁ ସମେତ ଆଖପାଖ ଅଞ୍ଚଳରେ ଗଭୀର ଶୋକର ବାତାବରଣ ସୃଷ୍ଟି କରିଛି।

ଏଥି ସହ ପଢନ୍ତୁ:  ସୁନା ଖଣିରେ ପଶିଲା ପାଣି, ଚାଲିଗଲା ୯ ଜୀବନ…୧୭ ଶ୍ରମିକଙ୍କୁ ଖୋଜୁଛି ଉଦ୍ଧାରକାରୀ ଟିମ୍

 


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: