Videos
|
Odisha

ବିଦ୍ୟୁତ ତାର ଲାଗି ଦୁଇ ଶିଶୁଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ବିଦ୍ୟୁତ ତାର ଲାଗି ଦୁଇ ଶିଶୁଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଲ ଅନ୍ତର୍ଗତ ସିଂହପାଲି ଗାଁ ନିକଟ ଜଙ୍ଗଲରେ ବଡ଼ ଅଘଟଣ ଘଟିଛି। ବାରହା ଫାଶ ନେଲା ଦୁଇ ନିରୀହ ଶିଶୁଙ୍କ ଜୀବନ। ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି । ଉକ୍ତ ଦୁଇ ନାବାଳକ ସେମାନଙ୍କ ବାପାଙ୍କ ସହିତ ଜଙ୍ଗଲ ନିକଟରେ ଥିବା କ୍ଷେତକୁ ଧାନ ଜଗିବାକୁ ରାତିରେ ଯାଇଥିଲେ। 

ଫେରିବା ବେଳେ ବିଦ୍ୟୁତ୍ ତାର ଫାଶରେ ଲାଗି ଯାଇଥିଲେ । ମୃତ ଦୁଇ ନାବାଳକ ହେଲେ ହାତିଲିମୁଣ୍ଡା ଗାଁର ଜିତ୍ ଡୁଙ୍ଗ ଡୁଙ୍ଗ ଓ ରମେଶ। ଗୁରୁତର ବାପା ହେଲେ ନବୀନ ଡୁଙ୍ଗ ଡ଼ୁଙ୍ଗ । ବାରମ୍ବାର ଏଭଳି ଅବାଧ ଜନ୍ତୁ ଶିକାର କରାଯାଉଥିବାବେଳେ ବନ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two children died | Argus News