Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡରାଉଛି ଡିପଥେରିଆ, ସଂକ୍ରମଣ ସନ୍ଦେହରେ ଦୁଇ ଶିଶୁ ମେଡିକାଲରେ ଭର୍ତ୍ତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଡରାଉଛି ଡିପଥେରିଆ, ସଂକ୍ରମଣ ସନ୍ଦେହରେ ଦୁଇ ଶିଶୁ ମେଡିକାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ: ଡରାଉଛି ଡିପଥେରିଆ । ଆଜି ପୁଣି ରାୟଗଡ଼ା ଜିଲ୍ଲା କାଶୀପୁରରେ ଡେପଥେରିଆ ସଂକ୍ରମଣ ସନ୍ଦେହରେ ଦୁଇ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋଡ଼ିକତୁଣ୍ଡା ଗାଁର 6 ବର୍ଷ ଓ 5 ବର୍ଷର ଦୁଇ ଶିଶୁଙ୍କଠାରେ ଦେଖାଦେଇଛି ଲକ୍ଷଣ । ସେମାନଙ୍କର ରକ୍ତ ନମୁନା ସଂଗ୍ରହ ସହ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି । ସେପଟେ ଡିପଥେରିଆ ସଂକ୍ରମଣରେ ଲଗାମ ଲଗାଇବାକୁ କାଶୀପୁରରେ ଆଜିଠୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ । ବର୍ଷକ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯାଉଛି ।

5ରୁ 15 ବର୍ଷ ବୟସ୍କଙ୍କୁ TD ଡୋଜ୍ ଦିଆଯିବାକୁ ଥିବାବେଳେ ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ହୋଇଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ । ରାୟଗଡ଼ା କାଶୀପୁରରେ 5 ଜଣଙ୍କ ଜୀବନ ଯାଇଥିବାବେଳେ ପଡ଼ୋଶୀ ଜିଲ୍ଲାରେ ବି କାୟା ବଢ଼ାଇଲାଣି ଡିପଥେରିଆ । ରାୟଗଡ଼ାର ଆଖପାଖ ଜିଲ୍ଲା ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ବଢ଼ାଯିବ ସର୍ଭେଲାନ୍ସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two children have been admitted to the medical center on suspicion of diphtheria infection | Argus News