Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜମି କେଲେଙ୍କାରି, ଜେଲ୍ ଗଲେ ଦୁଇ ସରକାରୀ କର୍ମଚାରୀ ଓ ଜମି ମାଲିକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜମି କେଲେଙ୍କାରି, ଜେଲ୍ ଗଲେ ଦୁଇ ସରକାରୀ କର୍ମଚାରୀ ଓ ଜମି ମାଲିକ

ଅର୍ଗସ ବ୍ୟୁରୋ:  ବରଗଡ଼ରେ ଜମି କେଲେଙ୍କାରି,ଜେଲ୍ ଗଲେ ଦୁଇ ସରକାରୀ କର୍ମଚାରୀ ଓ ଜମି ମାଲିକ। ଟାଉନ୍ ଥାନା ପୋଲିସ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜମି ମାଲିକ ସୁରେଶ ଭୋସାଗର,DSR କାର୍ଯ୍ୟାଳୟର କର୍ମଚାରୀ କନିଷ୍ଠ ସହାୟକ ଉମେଶ ବଢେଇ ଓ ବିଦ୍ୟାଧର ଭୋଇ । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ବରଗଡ଼ ଜିଲା ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ଏହି ଜାଲିଆତି ହୋଇଥିବା ଜଣାପଡିଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ଜମି ବିକ୍ରି ପାଇଁ ଓଡ଼ିଶା ଲ୍ୟାଣ୍ଡ ରିଫର୍ମ(ଓଏଲଆର୍‌) ଆକ୍ଟ, ୧୯୬୦ ଅନୁଯାୟୀ ପ୍ରଶାସନିକ ଅନୁମତି ଆଦେଶ ବା ପରମିଶନ ଅର୍ଡ଼ର ବାଧ୍ୟତାମୂଳକ ରହିଛି।

କିନ୍ତୁ ଜମି ମାଲିକ ସୁରେଶ କିଛି ବିଭାଗୀୟ କର୍ମଚାରୀଙ୍କୁ ଧରି ନକଲି ପରମିଶନ ଅର୍ଡ଼ର ହାତେଇ ଥିଲେ ଏବଂ ଅନ୍ୟଙ୍କୁ ଜମି ବିକିଥିଲେ। କିଣିଥିବା ବ୍ୟକ୍ତି ଜଣଙ୍କ ସେହି ଜମିକୁ ଭାଗ ଭାଗ କରି ଅନ୍ୟମାନଙ୍କୁ ବିକ୍ରି କରିଥିଲେ। ଏହା ଉପଜିଲାପାଳଙ୍କ ଦୃଷ୍ଟିକୁ ଆସିଥିଲା । ସେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two civil servants and land owner go to jail for land scam | Argus News