Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଥରୁଛି ଓଡ଼ିଶା, ରାଜ୍ୟରେ ଆହୁରି ୩ ଦିନ ପ୍ରବଳ କୁହୁଡ଼ି

Weather-calamities

Cold Wave / ଥରୁଛି ଓଡ଼ିଶା, ରାଜ୍ୟରେ ଆହୁରି ୩ ଦିନ ପ୍ରବଳ କୁହୁଡ଼ି

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଥରୁଛି ଓଡ଼ିଶା, ରାଜ୍ୟରେ ଆହୁରି ୩ ଦିନ ପ୍ରବଳ କୁହୁଡ଼ି
Cold Wave

Key Points

ପ୍ରବଳ ଶୀତ ସାଙ୍ଗକୁ ଉତ୍ତର ଭାରତ ସହ ରାଜ୍ୟରେ ଘନ କୁହୁଡି
ଆଗାମୀ ୩ ଦିନ ଯାଏଁ ରହିବ ସମାନ ପାଣିପାଗ
୨ ରୁ ୩ ଦିନ ପରେ ୨ ରୁ ୩ ଡିଗ୍ରୀ ବଢ଼ିପାରେ ଦିନ ତାପମାତ୍ରା
ପ୍ରବଳ ଶୀତ ସାଙ୍ଗକୁ ରାଜ୍ୟରେ ଘନ କୁହୁଡି । ଆଗାମୀ ୩ ଦିନ ଯାଏ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୪୮ ଘଣ୍ଟା କୁହୁଡିର କବ୍ଜାରେ ରହିବ ଉପକୂଳ ଓଡିଶା। ଏବେ ରା଼ଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୭ ଦିନ ଯାଏ ଶୁଖିଲା ପାଗ ରହିବ। ୨ ରୁ ୩ ଦିନ ପରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ହେବା ସହ ଶୀତ ସାମାନ୍ୟ କମ ଅନୁଭବ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେହିପରି ୪ ରୁ ୫ ଦିନ ଭିତରେ ୨ ରୁ ୩ ଡିଗ୍ରୀ ରାତ୍ରି ତାପମାତ୍ରା ମଧ୍ୟ ବୃଦ୍ଧି ହେବ ବୋଲି ବିଭାଗ କହିଛି । ୪ ରୁ ୫ ଦିନ ଭିତରେ ଶୀତ ରେ ସାମାନ୍ୟ ବ୍ରେକ ଲାଗିବାକୁ ଥିବା ବେଳେ ଦୁଇଦିନ ଯାଏ ଅନେକ ସ୍ଥାନରେ ଘନ କୁହୁଡୁ ସହ କାକର ପରିଲିକ୍ଷିତ ହେବ।

ସାରା ରାଜ୍ୟରେ କୁହୁଡିର ସମ୍ଭାବନାକୁ ନେଇ ବିଭାଗ ସତର୍କ କରାଇଥିବା ବେଳେ ଆସନ୍ତା ୨୪ ଘଂଟାରେ କନ୍ଧମାଳ, ଖୋର୍ଦ୍ଧା, କଟକ ,କେନ୍ଦ୍ରାପଡା ,ଜଗତସିଂହପୁର , ଯାଜପୁର,ନୟାଗଡ ,ଭଦ୍ରକ ବାଲେଶ୍ୱର ମୟୁରଭଂଜ, ପୁରୀ ଓ ସୁନ୍ଦରଗଡ ଏହି ୧୩ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ପାଇଁ କନ୍ଧମାଳ, ଖୋର୍ଦ୍ଧା, କଟକ, ପୁରୀ,ନୟାଗଡ଼ ଜଗତସିଂହପୁର, କେନ୍ଦ୍ରାପଡା ଭଦ୍ରକ ବାଲେଶ୍ୱର ଓ ସୁନ୍ଦରଗଡ ଏହି ୧୦ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୩ ତାରିଖ ଯାଏ ପ୍ରବଳ କୁହୁଡି ଦୃଶ୍ୟମାନ ହେବ ବୋଲି ବିଭାଗ ଆକଳନ କରିଛି । ଏବେ ରାଜ୍ୟର ୧୪ଟି ସହରରେ ୧୦ ଡ଼ିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି।

ଏଥିସହ ପଢ଼ନ୍ତୁ: ଚୌଦ୍ଵାର ଜେଲରୁ ଫେରାର ୯ କଏଦୀ, ପୋଲିସ କହୁଛି...

ଏହାସହ ଉତ୍ତର ଓ ପୂର୍ବ ଭାରତର ଅଧିକାଂଶ ଅଂଶ ପ୍ରବଳ ଥଣ୍ଡା ଓ ଘନ ଧୂଆଁକୁହୁଡ଼ି ମଧ୍ୟରେ ରହିଥିଲା, ଯାହା ସାଧାରଣ ଜୀବନକୁ ବ୍ୟାହତ କରିଥିଲା। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, କାଶ୍ମୀରରେ ଶୂନ୍ୟରୁ କମ୍ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କିଛି ଅଂଶରେ ଶୀତ ଲହରି ପରିସ୍ଥିତି ରେକର୍ଡ କରାଯାଇଛି। ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଘନରୁ ଅତି ଘନ ଧୂଆଁକୁହୁଡ଼ି ପରିବ୍ୟାପ୍ତ ଥିଲା। ଦିନର ତାପମାତ୍ରା ସ୍ୱାଭାବିକଠାରୁ ଯଥେଷ୍ଟ କମ୍ ରହିଥିଲା। ଗୋରଖପୁରରେ ସର୍ବାଧିକ ତାପମାତ୍ରା ୧୩.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ପ୍ରୟାଗରାଜରେ ସର୍ବୋଚ୍ଚ ତାପମାତ୍ରା ୧୬.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Painting
Sponsored