Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଜଣା ଗାଡି ଧକ୍କାରେ ଗଲା ଦୁଇ ଜୀବନ

Smruti Parija
Browse all articles by Smruti Parija
·2 years ago
ଅଜଣା ଗାଡି ଧକ୍କାରେ ଗଲା ଦୁଇ ଜୀବନ

ମୟୂରଭଞ୍ଜ:  ଅଜଣା ଗାଡି ଧକ୍କାରେ ଗଲା ଦୁଇ ଜୀବନ । ମୟୂରଭଞ୍ଜ ଜିଲ୍ଲା ଶିଳାଘାଟି ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖୁଣ୍ଟା ପଟୁ ଏକ ବାଇକ ଯୋଗେ ଶିଳଘାଟୀ ଗାଁ ଅଭିମୁଖେ ଯାଉଥିବାବେଳେ ଘଟିଥିଲା ଅଘଟଣ । ଅଜଣା ଗାଡି ଧକ୍କାରେ ବାଇକରେ ଥିବା ୩ ଯୁବକ ଗୁରୁତର ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ । ଖବର ପାଇ ଖୁଣ୍ଟା ଥାନା ପୋଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । 

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ PRM ମେଡିକାଲ୍ ସ୍ଥାନାନ୍ତର ହୋଇଛନ୍ତି । ମୃତକ ଶିଳଘାଟୀ ଗାଁର ଛୋଟରାୟ ସିଂ, ତପନ ମୁର୍ମୁ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-died-in-accident-in-udala | Argus News