Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଧାନ ଗଦା ଜଗିଥିବାବେଳେ ଶୁଣ୍ଢରେ ଟେକି କଚାଡିଲା ହାତୀ

Smruti Parija
Browse all articles by Smruti Parija
·2 years ago·1 min read
ଧାନ ଗଦା ଜଗିଥିବାବେଳେ ଶୁଣ୍ଢରେ ଟେକି କଚାଡିଲା ହାତୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମାରୁଢିପ ଗ୍ରାମରେ ହାତୀ ଆକ୍ରମଣରେ ୨ ଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି । ମାରୁଢିପ ଗ୍ରାମର ରତ୍ନାକର ନାଏକ ଓ ନକୁଳ ମାଝୀଙ୍କ ସମେତ ଗ୍ରାମର କିଛି ଚାଷୀ ଗ୍ରାମ ନିକଟସ୍ଥ ଧାନ ବିଲରେ ନିଆଁ ଜାଳି ଧାନ ଜଗି ଥିଲେ । ଏହି ସମୟରେ ମାରୁଢିପ ସଂରକ୍ଷିତ ଜଙ୍ଗଲରୁ ୨ଟି ହାତୀ ହଠାତ ତାଙ୍କ ଆଡ଼କୁ ମାଡି ଆସିଥିଲେ। 

ହାତୀକୁ ଦେଖି ଚାଷୀମାନେ ପଳାଇବାକୁ ଉଦ୍ୟମ  କରିବାବେଳେ ରତ୍ନାକର ନାଏକ ଓ ନକୁଳ ମାଝୀଙ୍କୁ ହାତୀ ଶୁଣ୍ଢରେ ଫୋପାଡ଼ି ଦେଇଥିଲା । ଫଳରେ ଉଭୟଙ୍କର ବାମ ଗୋଡ଼ ଭାଙ୍ଗି ଯିବା ସହିତ ଉଭୟ ଗୁରୁତର ଆହତ ହୋଇଛନ୍ତି । ହାତୀ ସ୍କୱାର୍ଡ ହାତୀଟିକୁ ଘଉଡ଼ାଇବା ସହିତ ୨ ଗୁରୁତର ଆହତ ଚାଷୀଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ହାତୀ ଆକ୍ରମଣରେ ରତ୍ନାକର ଓ ନକୁଳ ୨ ଜଣଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ଅବସ୍ଥା ଗୁରୁତର ହୋଇପଡିଥିଲା । ଡାକ୍ତର ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
two-farmer-injured-in-elephant-attack-at-angul | Argus News