Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଲରୁ ଫେରି ଗାଧୋଇବା ସମୟରେ ବୁଡିଗଲେ ଦୁଇ ସାଙ୍ଗ

Smruti Parija
Browse all articles by Smruti Parija
·2 years ago
ସ୍କୁଲରୁ ଫେରି ଗାଧୋଇବା ସମୟରେ ବୁଡିଗଲେ ଦୁଇ ସାଙ୍ଗ

ରାୟଗଡା: ନାଗାବଳୀ ନଦୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ସlଚାନ୍ଦିଲି ଅଞ୍ଚଳରେ ନାଗାବଳୀ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରଥମେ ତୁଳସା ଅବଦୁଲଙ୍କ ଝିଅ ଅନୁ ଅବଦୁଲକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । 

ନିଖୋଜ ଥିବା ରାଜକୁମାର ସୁନାଙ୍କ ଝିଅ ହେମlବତୀ ସୁନାକୁ ବର୍ତ୍ତମାନ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଅନୁ ଅବଦୁଲଙ୍କ ବୟସ ୧୦ ବର୍ଷ ହୋଇଥିବା ସମୟରେ ହେମlବତୀ ସୁନାଙ୍କ ବୟସ ୧୧ ବର୍ଷ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଦୁଇ ସାଙ୍ଗ ସ୍କୁଲରୁ ଫେରି ଗାଧୋଇବା ସମୟରେ ଏପରି ଅଘଟଣ ଘଟିଥିଲା ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two friends drowned-in-nagavali-river while returning from school- | Argus News