ନନ୍ଦନକାନନକୁ ଆସିବେ ଦୁଇଟି ଜିରାଫ
·1 year ago

ଭୁବନେଶ୍ୱର: ନନ୍ଦନକାନନ କୁ ଆସିବେ ନୂଆ ଅତିଥି। ଆଲିପୁର ଜୁ ରୁ ଦୁଇଟି ଜିରାଫ ଅଣାଯିବ। ଏଥିପାଇଁ ନନ୍ଦନକାନନ ର ଏକ ଟିମ ଆସନ୍ତାକାଲି ଆଲିପୁର ଯିବେ। ପୂର୍ବରୁ ନନ୍ଦନକାନନ ରେ ଗୋଟିଏ ଜିରାଫ ଥିଲା। ସେହିପରି ନନ୍ଦନକାନନ ରୁ କିଛି ହରିଣ କୁ କୁଲଡିହା ଅଭୟା ରଣ୍ୟ କୁ ଆଜି ପଠା ଯାଇଛି।
ନନ୍ଦନକାନନ କୁ ଆସିଥିବା ସମ୍ବର ଓ ହରିଣ କୁ ମଧ୍ୟ ଆସନ୍ତା କାଲି ସ୍ୱାଧୀନତା ଦିବସ ଅବସରରେ ଜଙ୍ଗଲ ରେ ଛଡା ଯିବ। ସେପ୍ଟେମ୍ବର ଶେଷ ସୁଦ୍ଧା ଓଡିଶା ଆସିବ ବାଘ। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର କୁ କେଉଁ ବାଘ ଶିମିଳିପାଳ ଓ ଡେବ୍ରିଗଡ଼ କୁ ଆସିବ ତାହାର ଚି଼ହ୍ନଟ କରାଯାଇ ସାରିଛି। ବନ ବିଭାଗ ର ଟିମ ସେଠାକୁ ଯାଇ ଆଲୋଚନା କରିବା ପରେ ବାଘ ଅଣାଯିବା ପ୍ରକ୍ରିୟା ଆରମ୍ଭ ହେବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: