Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

Ritu Das
Browse all articles by Ritu Das
·1 year ago
ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଅର୍ଗସ ବ୍ୟୁରୋ: ସରକାରୀ କୂଅକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା NAC ଅନ୍ତର୍ଗତ 3 ନମ୍ବର ମୁଣ୍ଡାସାହି ୱାର୍ଡରେ। ମୁଣ୍ଡାସାହି ୱାର୍ଡ ଅନ୍ତର୍ଗତ ବାନ୍ଦାପାଙ୍ଗା ଗାଁ ର ଗ୍ରାମବାସୀ ମାନେ ଦୀର୍ଘ ବର୍ଷ ଧରି ଏକ ସରକାରୀ କୂଅକୁ ବ୍ୟବହାର କରୁଥିଲେ। 

କିନ୍ତୁ ଅଳ୍ପ କିଛି ବର୍ଷ ହେବ ଏ ସରକାରୀ କୂଅକୁ ତେଜେଶ୍ୱର୍ ନାୟକ ଜବରଦଖଲ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୂଅକୁ ପାଚେରୀ ନିର୍ମାଣ କରି ନିଜ ଅକ୍ତିଆରରେ ରଖିଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଏ ନେଇ ଆଜି ସମୂହ ଗ୍ରାମବାସୀ ବାଲିଗୁଡ଼ା NAC ର କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଦଳାଇଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two groups face | Argus News