Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରଘୁନାଥପୁର ଓଡ଼ପଡ଼ା ଘରୋଇ ମଣ୍ଡପରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ

Odisha

ରଘୁନାଥପୁର ଓଡ଼ପଡ଼ା ଘରୋଇ ମଣ୍ଡପରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ

Smruti Parija
Browse all articles by Smruti Parija
·2 years ago·1 min read
ରଘୁନାଥପୁର ଓଡ଼ପଡ଼ା ଘରୋଇ ମଣ୍ଡପରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଜଗତସିଂହପୁର:  ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ଓଡ଼ପଡ଼ା ଘରୋଇ ମଣ୍ଡପରେ ବିଜୁ ଜନତା ଦଳର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡ଼ି ଦଳର 200 ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ କାର୍ଯ୍ୟକାରିଣୀ ବୈଠକ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ କେଳେଙ୍କାରିଆ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଯୋଗଦାନ କରିବା ସହିତ ବିଜେଡି ଜିଲ୍ଲା ସଭାପତି ଉପସ୍ଥିତ ରହିଥିଲେ । 

ତେବେ ବୈଠକ ସଭାରେ ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଆସିଥିବା ୫୦ ଲକ୍ଷ ଟଙ୍କାକୁ ନେଇ ଝଡ଼ ଆରମ୍ଭ ହୋଇଥିଲା । ଉକ୍ତ ଟଙ୍କାର ହିସାବ ମାଗିଥିଲେ କଟରା ପଞ୍ଚାୟତ ସମିତି ସଭ୍ୟା । ଏହି ଟଙ୍କା କୁଆଡେ଼ ଆଉ କେଉଁ ବାବଦରେ ଖର୍ଚ୍ଚ ହେବା ନେଇ ହିସାବ ମାଗିଥିଲେ । ପରବର୍ତ୍ତୀ ସମୟରେ ଝଡ଼ ଦେଖିବା ପାଇଁ ମିଳିଥିଲା । ପରିସ୍ଥିତି ଏମିତି ହେଲା ବିଜୁ ଜନତା ଦଳର ଦୁଇ ଗୋଷ୍ଠୀ ଠେଲା ପେଲା ହୋଇଥିବା ଦେଖିବା ପାଇଁ ମିଳିଥିଲା । 

ଯାହାଫଳରେ ବିଧାୟକ ବିଜୟ ଶଙ୍କର ଦାସ ଉକ୍ତ ସ୍ଥାନରେ ଚୁପ୍ ରହିଥିବା ଦେଖିବା ପାଇଁ ମିଳିଥିଲା । ତେବେ ବିଜୁ ଜନତା ଦଳରେ ଅନେକ ଅସନ୍ତୁଷ୍ଟ ଥିବା ହେତୁ ଏହିଭଳି ଘଟଣା ଦେଖିବା ପାଇଁ ମିଳିଛି । ପୂର୍ବରୁ ମଧ୍ୟ ତିର୍ତ୍ତୋଲ ବିଜେଡିର ଏହି ଭଳି ଅନେକ ଘଟଣା ଦେଖିବା ପାଇଁ ମିଳିଥିଲା । ତେବେ ଘଟଣାକୁ ନେଇ ଜିଲ୍ଲା ବିଜେଡି ସଭାପତି ତାଙ୍କର ଅସନ୍ତୁଷ୍ଟ କର୍ମୀମାନଙ୍କୁ ନେଇ କିଭଳି ଦଳର ସଂଗଠନ ମଜବୁତ କରି ପାରୁଛନ୍ତି ତାହାକୁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Painting
Sponsored
Two groups of BJ clashed in Raghunathpur Odapada | Argus News