Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

Odisha

ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

Manini Pattanayak
Browse all articles by Manini Pattanayak
·1 year ago·1 min read
ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

 ବରଗଡ଼:  ବରଗଡ଼ରେ ଦୁଇ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବିଜାପୁର କ୍ୟାଡର ମାଓବାଦୀ ପୂଜା ତାତି ଓ ସୁକମାର କ୍ୟାଡର ମାଓବାଦୀ ସଇତୁ ପଡ଼ାମଙ୍କ ଆତ୍ମସମର୍ପଣ । ପୂଜା ତାତିଙ୍କ ନାଁରେ ଥିଲା 4 ଲକ୍ଷ ପୁରସ୍କାର । ସଇତୁଙ୍କ ନାଁରେ ଥିଲା ତିନି ଲକ୍ଷ ପୁରସ୍କାର । ଉଭୟ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସକ୍ରିୟ ଥିଲେ ।

ଉତ୍ତରାଞ୍ଚଳ ଆଇଜି ଓ ବରଗଡ଼ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୂଜା ସଇତୁ ବଖାଣିଲେ ଲାଲ ବାହାନିରେ ମହିଳାଙ୍କ ନିର୍ଯାତନାର କାହାଣୀ । ମାଓବାଦୀଙ୍କ ପାଖରୁ ଅନେକ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ । ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମର ମାଓ ଦମନ ଅଭିଯାନ ସବୁବେଳେ ଚାଲିଛି । ଆଗକୁ ମଧ୍ୟ ଏହି ଅଭିଯାନ ଚାଲିବ । ସେହିପରି ଆଇଜି କହିଛନ୍ତି, ମାଓବାଦୀ ମାନେ ସମର୍ପଣ କରନ୍ତୁ ନହେଲେ ନିସ୍ତାର ନାହିଁ ।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two Maoists have surrendered in Bargarh. | Argus News