Two Men Married / ବର୍ଷା ପାଇଁ ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି, ପୂର୍ବ ପରମ୍ପରା ଅନୁଯାଇ ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ
·2 months ago·2 min read

Key Points
ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି
ବର୍ଷା ପାଇଁ ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି
ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ

କୋରେଇ,୧୯/୦୬: ମୌସୁମୀ ଆସିଛି କିନ୍ତୁ ବର୍ଷା ନାହିଁ l ବର୍ଷା ପାଇଁ ପୂର୍ବ ପରମ୍ପରା ଅନୁଯାଇ ଅଣ୍ଡିରା ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ l ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗମ୍ଭାରୀଆ ଗାଁରେ।
ସୁସଜ୍ଜିତ ଗାଡ଼ିରେ ଆସିଲେ ବର । ଡିଜେ ବଜାଇ ନାଚିଲେ ବରଯାତ୍ରୀ । ଉତ୍ସାହିତ ବର ନିଜେ ମଧ୍ୟ ନାଚିଲେ । ବରଗାଡ଼ି ପହଞ୍ଚିଲା ଗ୍ରାମର ସିଦେ୍ଧଶ୍ୱରୀ ମା’ଙ୍କ ପୀଠରେ । ସେଠି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା କନ୍ୟା । ଧୂମଧାମରେ ହେଲା ବିବାହ । ହେଲେ କନ୍ୟା ବେଶରେ ସଜେଇ ହୋଇଥିଲେ ଆଉ ଜଣେ ପୁରୁଷ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ବନ୍ଦାଳୋ ପଞ୍ଚାୟତ ଗହ୍ମାରିଆ ଗ୍ରାମରେ ହୋଇଥିବା ଏହି ‘ଅଣ୍ଡିରା ବିବାହ’ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗହ୍ମାରିଆ ଗ୍ରାମରେ ଏକ ପରମ୍ପରା ରହିଛି ‘ଅଣ୍ଡିରା ବିବାହ’ କରାଇଲେ ସ୍ୱାଭାବିକ ବର୍ଷା ହୁଏ । ଏହି ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି । ୨୫ବର୍ଷ ତଳେ ଏପରି ବିବାହ ହୋଇଥିଲା । ପରେ ଆଉ ଆୟୋଜନ ହୋଇନାହିଁ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ଚଳିତ ଥର ଅନିୟମିତ ବର୍ଷା ପାଇଁ ଗ୍ରାମବାସୀ ଏହି ପରମ୍ପରାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ।
ପଢନ୍ତୁ ଏହି ଖବର: ରହସ୍ୟମୟ ମନ୍ଦିର; ଯେଉଁଠି ମଧ୍ୟାହ୍ନ ସମୟରେ ପଡ଼଼େନାହିଁ ଶିଖରର ଛାଇ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚଳିତ ମାସ ୧୭ ତାରିଖ ଦିନ ଏହି ନିଆରା ବିବାହ ଉତ୍ସବ ପାଇଁ ତିଥି ନିର୍ଦ୍ଧାରଣ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ବିଷ୍ଣୁ ଚରଣ ରଥଙ୍କ ମଧ୍ୟସ୍ଥତାରେ ବର ଭାବେ ଯତିନ ଖଟୁଆ ଓ କନ୍ୟା ଭାବେ କାଳନ୍ଦି ନାୟକ ବିବାହ ପାଇଁ ରାଜି ହୋଇଥିଲେ । ବିବାହ ପାଇଁ ଗହ୍ମାରିଆ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦେ୍ଧଶ୍ୱରୀଙ୍କ ପୀଠରେ ବେଦି ପ୍ରସ୍ତୁତ କରାଗଲା । ସାରା ଗ୍ରାମବାସୀ ବିବାହ ଆୟୋଜନରେ ମାତିଲେ । ସନ୍ଧ୍ୟାରେ ଡିଜେ ଓ ବାଜା ବଜାଇ, ବାଣ ଫୁଟାଇ ସୁସଜ୍ଜିତ କାର୍ରେ ଗାଁ ମୁଣ୍ଡରୁ ବର ବାହାରିଥିଲା । ବରଯାତ୍ରୀରେ ସମସ୍ତ ଗ୍ରାମବାସୀ ସାମିଲ ହୋଇ ନାଚି ନାଚି ବରକୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ସେଠାରେ ବର ପିତା ଭାବେ ଲକ୍ଷ୍ମଣ ଖଟୁଆ ଓ କନ୍ୟା ପିତା ମାନଗୋବିନ୍ଦ ନାୟକ ଉପସ୍ଥିତ ରହି ବିବାହ କରାଇଥିଲେ ।
ସଂପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ପରେ କନ୍ୟାକୁ ସମସ୍ତେ ବର ସହିତ ବିଦାୟ ଦେଇଥିଲେ। ମନ୍ଦିର ନିକଟରେ ଆୟୋଜନ ହୋଇଥିବା ଭୋଜିରେ ଗ୍ରାମବାସୀ ସାମିଲ ହୋଇଥିଲେ । କାଳନ୍ଦି ନାୟକ, ବିଜୟ ଖଟୁଆଙ୍କ ସମେତ ସମୂହ ଗ୍ରାମବାସୀ ଏହାକୁ ଆୟୋଜନ କରିଥିଲେ।

Related Topics
Explore more stories