Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରହସ୍ୟମୟ ମନ୍ଦିର; ଯେଉଁଠି ମଧ୍ୟାହ୍ନ ସମୟରେ ପଡ଼଼େନାହିଁ ଶିଖରର ଛାଇ

Devotion

Koodal Azhagar Temple / ରହସ୍ୟମୟ ମନ୍ଦିର; ଯେଉଁଠି ମଧ୍ୟାହ୍ନ ସମୟରେ ପଡ଼଼େନାହିଁ ଶିଖରର ଛାଇ

Subhramjit Ray
Browse all articles by Subhramjit Ray
·2 hours ago·3 min read
ରହସ୍ୟମୟ  ମନ୍ଦିର; ଯେଉଁଠି ମଧ୍ୟାହ୍ନ ସମୟରେ ପଡ଼଼େନାହିଁ ଶିଖରର ଛାଇ
Koodal Azhagar Temple

Key Points

ଦକ୍ଷିଣ ଭାରତରେ ଅବସ୍ଥିତ ରହିଛି ଏକ ଅନନ୍ୟ ନାରାୟଣ ମନ୍ଦିର "କୁଡ଼ଲ ଅଝାଗର"। ମଦୁରାଇ ସହରରେ ଅବସ୍ଥିତ ଏହି ମନ୍ଦିର ଏହାର ଧାର୍ମିକ ଗୁରୁତ୍ୱ ସହିତ ଏହାର ସ୍ଥାପତ୍ୟ ପାଇଁ ମଧ୍ୟ ପ୍ରସିଦ୍ଧ।
Koodal Azhagar Temple Madurai Tamil Nadu: ଦେଶର କୋଣ ଅନୁକୋଣରେ ଏପରି ଅନେକ ମନ୍ଦିର ରହିଛି ଯାହାର ରହସ୍ୟ ଏବେ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ଏପରି ଏକ ମନ୍ଦିର ହେଉଛି ଦକ୍ଷିଣ ଭାରତରେ ଅବସ୍ଥିତ "କୁଡ଼ଳ ଅଝଗର"। ଏହି ମନ୍ଦିର କେବଳ ଏହାର ଧାର୍ମିକ ଗୁରୁତ୍ୱ ପାଇଁ ନୁହେଁ ବରଂ ଏହାର ଅନନ୍ୟ ସ୍ଥାପତ୍ୟ ପାଇଁ ମଧ୍ୟ ପ୍ରସିଦ୍ଧ। ପ୍ରାୟ ୬୦୦ ବର୍ଷରୁ ଅଧିକ ପୁରୁଣା ଏହି ବିଷ୍ଣୁ ମନ୍ଦିର ୧୦୮ ଦିବ୍ୟ ଦେଶମ ମଧ୍ୟରୁ ଅନ୍ୟତମ। ଯେଉଁଠାରେ ଭଗବାନ ନାରାୟଣ 'କୁଡ଼ଳ ଅଝଗର" ଅର୍ଥାତ ସୁନ୍ଦର ସର୍ପ ଶଯ୍ୟାରେ ବିରାଜମାନ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ଆଠ ଭାଗରେ ରହିଛି ଶିଖର
ଏହି ମନ୍ଦିରର ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଏହାର ଆଠ ଭାଗରେ ବାଣ୍ଟି ହୋଇ ରହିଥିବା ଶିଖର। ମଧ୍ୟାନ୍ନ ସମୟରେ ମଧ୍ୟ ଏହି ମନ୍ଦିରର ଶିଖରର ଛାଇ ଭୂମିରେ ପଡ଼େ ନାହିଁ। ଏହା ସ୍ଥାପତ୍ୟର ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ, ଯାହା ହଜାର ହଜାର ପର୍ଯ୍ୟଟକ ଏବଂ ଭକ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ।

ପାଣ୍ଡ୍ୟ ଯୁଗର ମନ୍ଦିର ହେଉଛି "କୁଡ଼ଳ ଅଝଗର"

'କୁଡ଼ଳ ଅଝଗର" ମନ୍ଦିର ପାଣ୍ଡ୍ୟ ଯୁଗର ବୋଲି କୁହାଯାଏ। ପରେ ବିଜୟନଗର ସାମ୍ରାଜ୍ୟ ଏବଂ ମଦୁରାଇ ନାୟକ ଶାସକ ଏହାର ମହିମା ଆହୁରି ବଢାଇଥିଲେ। ଏହି ମନ୍ଦିର ଉଚ୍ଚ ଗ୍ରାନାଇଟ୍ କାନ୍ଥ ଦ୍ୱାରା ଘେରି ରହିଛି। ଏହାର ପ୍ରବେଶ ଦ୍ୱାରରେ ଏକ ପାଞ୍ଚ ମହଲା ବିଶିଷ୍ଟ ରାଜଗୋପୁରମ୍ ରହିଛି। ଯାହା ଦଶାବତାର, ଲକ୍ଷ୍ମୀ-ନାରାୟଣ, ଲକ୍ଷ୍ମୀ-ନରସିଂହ ଏବଂ ଅନ୍ୟାନ୍ୟ ଦେବତାଙ୍କ ସୁନ୍ଦର କାରୁକାର୍ଯ୍ୟରେ ସଜ୍ଜିତ। ମନ୍ଦିର ପରିସରରେ ନବ ଗ୍ରହର ଏକ ମଣ୍ଡପ ମଧ୍ୟ ରହିଛି।

ଏହା ସହ ପଢନ୍ତୁ: ରହସ୍ୟମୟ ଶିବ ମନ୍ଦିର; ଯାହାକୁ ଗୋଟିଏ ରାତିରେ ନିର୍ମାଣ କରିଥିଲେ ଭୂତ

ଶ୍ରୀରାମ, ଶ୍ରୀକୃଷ୍ଣ ଏବଂ ଅନ୍ୟାନ୍ୟ ଦେବତାଙ୍କ ପାଇଁ ଛୋଟ ମନ୍ଦିର

ମୁଖ୍ୟ ମନ୍ଦିରରେ ପ୍ରଭୁ "କୁଡ଼ଳ ଅଝଗର" ଏବଂ ତାଙ୍କ ପତ୍ନୀ ଦେବୀ ମଧୁରାଭଲ୍ଲୀ (ଲକ୍ଷ୍ମୀ) ଙ୍କ ପାଇଁ ଏକ ପୃଥକ ମନ୍ଦିର ରହିଛି। ଶ୍ରୀରାମ, ଶ୍ରୀକୃଷ୍ଣ ଏବଂ ଅନ୍ୟାନ୍ୟ ଦେବା ଦେବୀଙ୍କ ପାଇଁ ଛୋଟ ମନ୍ଦିର ମଧ୍ୟ ଏହାର ପରିସରରେ ରହିଛି। ଏହାର କାନ୍ଥରେ ପ୍ରାଚୀନ ତାମିଲ ସାହିତ୍ୟ ଯେପରିକି ସିଲପ୍ପାଦିକରମ୍, ପରିପାଦଳ ଏବଂ ମାଦୁରାଇ କାଞ୍ଚି ଶିଳାଲେଖ ଖୋଦିତ ହୋଇଛି। ଯାହା ମନ୍ଦିରର ପ୍ରାଚୀନତାକୁ ପ୍ରମାଣିତ କରିଥାଏ।

ପୌରାଣିକ କାହାଣୀ

"କୁଡ଼ଳ ଅଝଗର" ମନ୍ଦିର ସହିତ ଅନେକ ପୌରାଣିକ କାହାଣୀ ଜଡି଼ତ ହୋଇ ରହିଛି। ଗୋଟିଏ କାହାଣୀ ଅନୁସାରେ, ସୋମକା ନାମକ ରାକ୍ଷସ ବ୍ରହ୍ମାଙ୍କ ଠାରୁ ଚାରି ବେଦ ଚୋରି କରି ନେଇଥିଲେ। ଏହା ପରେ ଭଗବାନ "କୁଡ଼ଳ ଅଝଗର" ଅବତାର ଧାରଣ କରିବା ସେହି ରାକ୍ଷସକୁ ବଧ କରି ଚାରି ବେଦକୁ ଫେରାଇ ଆଣିଥିଲେ। ଏହି ଘଟଣା ବ୍ରହ୍ମ ପୁରାଣରେ ମଧ୍ୟ ବର୍ଣ୍ଣିତ ହୋଇଛି। ବାର ଆଲଭର ସନ୍ଥଙ୍କ ମଧ୍ୟରୁ ଜଣେ ପେରିଆଲୱାର (ବିଷ୍ଣୁଚିତ୍ତ) ଜଣେ ପାଣ୍ଡ୍ୟ ରାଜାଙ୍କ ଦରବାରରେ ଭଗବାନଙ୍କ ଏହି ମହିମା ଗାନ କରିଥିଲେ। ତାଙ୍କ ଭକ୍ତି ଗାନରେ ପ୍ରଭାବିତ ହୋଇ, ଭଗବାନ "କୁଡ଼ଳ ଅଝଗର" ନିଜେ ଆବିର୍ଭୂତ ହୋଇ ତାଙ୍କୁ ଆଶୀର୍ବାଦ କରିଥିଲେ। ମଙ୍ଗୁଡି ମରୁଦାନଙ୍କ ଦ୍ୱାରା ଲିଖିତ ମାଦୁରାଇ କାଞ୍ଚି, କାଲିଥୋଥୋକାଇ, ପରିପାଟଳ ଏବଂ ସିଲପ୍ପଦିକାରମ୍ ଭଳି ସାହିତ୍ୟ କୃତିରେ ମଧ୍ୟ ଏହି ମନ୍ଦିର ସମ୍ପର୍କରେ ଉଲ୍ଲେଖ ରହିଛି। ଏହି ସ୍ଥାନ ବୈଷ୍ଣବ ସମ୍ପ୍ରଦାୟ ପାଇଁ ବିଶେଷ ଗୁରୁତ୍ୱ ବହନ କରିଥାଏ।

କିପରି ପହଞ୍ଚିବେ?
ମଦୁରାଇ ସହରରେ ଅବସ୍ଥିତ "କୁଡ଼ଳ ଅଝଗର" ମନ୍ଦିର ପହଞ୍ଚିବା ବହୁତ ସହଜ। ଏହି ମନ୍ଦିର ମଦୁରାଇ ବସ୍ ଷ୍ଟାଣ୍ଡ ଏବଂ ରେଳ ଜଙ୍କସନ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଅବସ୍ଥିତ। ସ୍ଥାନୀୟ ବିମାନବନ୍ଦରରୁ ଏହି ମନ୍ଦିର ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଆପଣ ଅଟୋ, ଟ୍ୟାକ୍ସି କିମ୍ବା ସ୍ଥାନୀୟ ବସ୍ ଦ୍ୱାରା ସହଜରେ ପହଞ୍ଚି ପାରିବେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored