Minor Girls Missing / କୁଆଡ଼େ ଗଲେ ରାଜଧାନୀର ଦୁଇ ନାବାଳିକା ? ସ୍କୁଲ ଯାଇ ୩ ଦିନ ହେଲା ଫେରିନାହାନ୍ତି ଘରକୁ
·4 months ago·2 min read

Key Points
କୁଆଡ଼େ ଗଲେ ରାଜଧାନୀର ଦୁଇ ନାବାଳିକା?
ସ୍କୁଲ ଯାଇଥିଲେ ହେଲେ ୩ ଦିନ ହେଲା ଘରକୁ ଫେରିନାହାନ୍ତି
ନିଖୋଜ ୨ ନାବାଳିକାଙ୍କ ପତ୍ତା ଦେଲେ ମିଳିବ ୨୫ ହଜାର ପୁରସ୍କାର

ରାଜଧାନୀରେ ପିଲା ହେଉଛନ୍ତି ନିଖୋଜ I ଦୁଇ ଦୁଇଟି ନାବାଳିକା ଝିଅଙ୍କ ମିଳୁନି ପତ୍ତା I ନିଖୋଜ ଝିଅଙ୍କ ବିଷୟରେ ଖବର ଦେଲେ ପୋଲିସ ଦେବା ୨୫ ହଜାର ଟଙ୍କାର ପୁରସ୍କାର ରାଶି I ସେପଟେ ୩ ଦିନ ଧରି ପିଲାଙ୍କ ଫେରିବା ବାଟକୁ ଚାହିଁ ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ ।
ମୈତ୍ରୀ ବିହାର ଥାନା ସମ୍ମୁଖରେ ବାହୁନି ବାହୁନି କାନ୍ଦୁଛନ୍ତି ନିଖୋଜ ଶୁଭଶ୍ରୀଙ୍କ ମା’ । ସୁଜାତା ନାୟକ ନାମକ ଏହି ମହିଳା ଜଣକ ବିଏମସିରେ କାମ କରନ୍ତି । ୩ ଦିନ ତଳେ ତାଙ୍କ ଝିଅ ଶୁଭଶ୍ରୀ ସ୍କୁଲ ଯାଉଛି କହି ବାହାରିଥିବା ବେଳେ ବାଟରେ ନିଜ ସାଙ୍ଗ ସୁମିତ୍ରା ଦେହୁରୀ ସହ କୁଆଡ଼େ ନିଖୋଜ ହୋଇଯାଇଛି । ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରି ନିରାଶ ହେବା ପରେ ଏବେ ଥାନା ଦୁଆରେ ପଡ଼ି ରହିଛନ୍ତି ।
ରାଜଧାନୀ ଏବେ ଅସୁରକ୍ଷିତ ଶିଶୁ । ଜଣେ କି ଦୁଇ ଜଣ ନୁହେଁ, ଏକାସାଙ୍ଗରେ ଦୁଇ ଦୁଇଟି ନାବାଳିକା ଝିଅ ନିଖୋଜ ହେବା ଘଟଣା ଏବେ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସାଲିଆସାହି ଅଞ୍ଚଳର ସପ୍ତମ ଶ୍ରେଣୀରେ ପଢ଼ୁଥିବା ଦୁଇ ସାଙ୍ଗ ସ୍କୁଲ ଯିବାକୁ ବାହାରିଥିବା ବେଳେ ଆଉ ଘରକୁ ଫେରିନାହାନ୍ତି । ଏହି ଘଟଣାକୁ ନେଇ ପୋଲିସ ଏବେ ଜୋରଦାର ଛାନଭିନ୍ ଆରମ୍ଭ କରିବା ସହ ପିଲାଙ୍କ ସମ୍ପର୍କରେ ତଥ୍ୟ ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ।
ରାଜ୍ୟରେ ଶିଶୁ ନିଖୋଜ ମାମଲା ଏବେ ଏକ ସଙ୍ଗୀନ ରୂପ ନେଇଛି । ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରଖିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୧୧,୩୩୭ ଜଣ ନିଖୋଜ ଶିଶୁ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏବେ ବି ଅନେକ ଶିଶୁଙ୍କ ପତ୍ତା ମିଳୁନାହିଁ । ପୋଲିସ ଓ CWCକୁ ଏ ଦିଗରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । ସେପଟେ ଚାଇଲ୍ଡ୍ ଲାଇନ୍ ପକ୍ଷରୁ ମଧ୍ୟ ଏହି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।
ପିଲା ନିଖୋଜ ହେବା ପରେ ପ୍ରଥମ କିଛି ଘଣ୍ଟା 'ଗୋଲଡେନ୍ ଆୱାର' ହୋଇଥାଏ, ଯଦି ସେହି ସମୟରେ ପୋଲିସ ତତ୍ପରତା ଦେଖାଏ ତେବେ ପିଲା ମିଳିବା ସହଜ ହୁଏ । କିନ୍ତୁ ଏଠାରେ ୩ ଦିନ ବିତିଯାଇଥିଲେ ମଧ୍ୟ ଦୁଇ ଝିଅଙ୍କ କୌଣସି ଖବର ନାହିଁ । ପୋଲିସର ପୋଷ୍ଟର ଓ ପୁରସ୍କାର ଘୋଷଣା କେତେ ଶୀଘ୍ର ଏହି କୋମଳମତି ଶିଶୁଙ୍କୁ ନିଜ ପରିବାର ସହ ଭେଟ କରାଉଛି, ତାହା ଦେଖିବାକୁ ବାକି ରହିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories