Videos
|
Odisha

ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·1 year ago
ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ:  ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ। ଏୟାରଫିଲଡ ଥାନା କୁହା ଗ୍ରାମରେ ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା।  ରାତି ଅଧରେ ରକ୍ତ ରଞ୍ଜିତ ହେଲା ରାଜଧାନୀ। ଗାଡି ପାର୍କିଂକୁ କେନ୍ଦ୍ରକରି ବିବାଦ ଲାଗି ରହିଥିବା ବେଳେ ଶେଷରେ ଘଟିଛି ହତ୍ୟାକାଣ୍ଡ। ଏୟାରଫିଲଡ଼ ଥାନା କୁହା କଲ୍ୟାଣୀ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ନିକଟରେ ପାର୍କିଂକୁ ନେଇ ମୃତକ  ରଶ୍ମି ରଞ୍ଜନଙ୍କ ସହ ବିବାଦ ହୋଇଥିଲା। ଯେଉଁଥି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଛି ପୋଲିସ। ତେବେ ମୃତକ ହେଉଛନ୍ତି କେନ୍ଦ୍ରାପଡ଼ାର ସମ୍ବିତ ରାଉତ ଏବଂ ରଶ୍ମି ରଞ୍ଜନ ସେଠି ଓରଫ ଜିତୁ। ଅଭିଯୁକ୍ତ ମାନେ ଘଟଣା ଘଟାଇ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି ଏୟାରଫିଲଡ଼ ଥାନା ପୋଲିସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two murders are found in the bhubaneswar, police investigation continues | Argus News