Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ 

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସିପାରେ ଦୁଇ ଦୁଇଟି ବଡ ଲଘୁଚାପ। ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ। ସୂଚନା ଅନୁସାରେ, ଜୁଲାଇ ୧୫ ତାରିଖ ସୁଦ୍ଧା ପଶ୍ଚିମ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇପାରେ। ପ୍ରଭାବରେ କାଲିଠାରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ୧୫ ଓ ୧୬ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୁତି ବୃଦ୍ଧି ପାଇବ। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ସେହିପରି ୧୯ ଓ ୨୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ତତ୍ ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୦ରୁ ୨୨ ତାରିଖ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two or two major depression may occur in the Bay of Bengal. Meteorologist informed. | Argus News