Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ଗୋଡାଇଲା ଭଣଜା

Odisha

ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ଗୋଡାଇଲା ଭଣଜା

Manini Pattanayak
Browse all articles by Manini Pattanayak
·2 years ago·1 min read
ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ଗୋଡାଇଲା ଭଣଜା

 ଭଦ୍ରକ: ମାମୁଁ ଘରକୁ ବୁଲି ଆସିଥିବା ଭଣଜାର ଉନ୍ମତ କାଣ୍ଡ।  ଯୁବକର ମାମୁଁ ଘର ଗାଁରେ ଘଟାଇଲା ଉନ୍ମତ କାଣ୍ଡ । ଗାଁ ଦାଣ୍ଡରେ ହାତରେ ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ଗୋଡାଇଲା । ଯୁବକର ଟାଙ୍ଗିଆ ଚୋଟରେ ସ୍ଥାନୀୟ ଅଂଚଳର ଦୁଇ ଜଣ ଆହତ ହୋଇଥିବା ବେଳେ ଯୁବକକୁ କାବୁ କରିବାକୁ ଯାଇଥିବା ଚାନ୍ଦବାଲି ପୋଲିସର ୧୧୨ ଗାଡିକୁ ଟାଙ୍ଗିଆରେ ଦୂଇ ଚୋଟ ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର ଆଗ କାଚକୁ ଟାଙ୍ଗିଆରେ ବାଡେଇ ଭାଙ୍ଗି ପକାଇଥିବାର ଦେଖିବାକୁ ମିଳିଛି ।

ଶେଷରେ ବହୁ କଷ୍ଟରେ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଥାନାକୁ ଆଣିଥିଲା । ଉକ୍ତ ଯୁବକ ଜମେ ମାନସିକ ଗ୍ରସ୍ତ ବୋଲି କୁହାଯାଉଛି । ଯୁବକଙ୍କ ଘର ବାସୁଦେବପୁର ଅଂଚଳର ଭିମସେନ ନାୟକ, ସେ ମାମୁଁ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଗାଁକୁ ଆସିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା  ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two people from the local area were injured as a result of the young man's stick injury, | Argus News