Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜଣ ଦିବ୍ୟାଙ୍ଗ

Manini Pattanayak
Browse all articles by Manini Pattanayak
·2 years ago·1 min read
ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜଣ ଦିବ୍ୟାଙ୍ଗ

ଭଦ୍ରକ:  ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜଣ ଦିବ୍ୟାଙ୍ଗ। ଏହି ଦିବ୍ୟାଙ୍ଗ ଦୁଇ ଜଣ ମୁକ ବଧିର ବର ଓ କନ୍ୟା।  ଜଣେ ଜଣଙ୍କର ହାତଧରି ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ ନେଇଛନ୍ତି ନିଷ୍ପତି।  ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବା ପାଇଁ ସଂକଳ୍ପ କରିଛନ୍ତି।

ଏମିତି ଏକ ନିଆରା ବିବାହ ଘର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନସ୍ଥ ବଙ୍ଗାଳିଦପା ଗାଁର। ବଙ୍ଗାଳିଦପା ଗାଁର ଅଜୟ ମଳିକଙ୍କ ଝିଅ ସୋନାଲୀ ମଳିକ ଓ ବାସୁଦେବପୁର ବ୍ଲକ ମିଶ୍ରପୁର ପଞ୍ଚାୟତ ଅଧିନ ହତାଶିଆ ଗାଁର ନିରାକାର ମଳିକଙ୍କ ପୁଅ ତପନ ମଳିକଙ୍କ ସହିତ ବିବାହ ସମ୍ପନ୍ନ ହୋଇଛି। ଏହି ଦୁଇ ଜଣ ଦିବ୍ୟାଙ୍ଗଙ୍କ କାନକୁ ଶୁଭୁ ନାହିଁ କି କଥା ମଧ୍ୟ କହି ପାରୁ ନାହାଁନ୍ତି। ହେଲେ ବ୍ରାହ୍ମଣ ଓ ବାରିକଙ୍କ କଥା ବୁଝି ପାରୁଛନ୍ତି। ପରସ୍ପର ବରଣମାଳା ଦେଇ ସାତଜନମ ପାଇଁ ସାଥି ହୋଇଛନ୍ତି।  ଏହି ବିବାହ ଘର କରି ଉଭୟ ଙ୍କ ମାତା,ପିତା ଓ ବନ୍ଧୁ ବାନ୍ଧବ ମାନେ ଖୁସି ବ୍ୟକ୍ତ କରିବା ସହ ସମାଜ ପାଇଁ ଏହି ଦୁଇ ଜଣ ଦିବ୍ୟାଙ୍ଗ ଉଦାହରଣ ପାଲଟିଛନ୍ତି। 
ଅଧିକ ପଢନ୍ତୁୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two people got married bhadrak | Argus News