Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଟ୍ରିପଲ ମର୍ଡର ଘଟଣାରେ ଦୁଇ ଜଣଙ୍କୁ ଫାଶି   

Manini Pattanayak
Browse all articles by Manini Pattanayak
·1 year ago·1 min read
 ଟ୍ରିପଲ ମର୍ଡର ଘଟଣାରେ ଦୁଇ ଜଣଙ୍କୁ ଫାଶି   

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଧୀନ ଗମ୍ଭାରୀମଳିହା ଗ୍ରାମରେ ଏକ ଟ୍ରିପଲ ମର୍ଡର ଘଟଣାରେ ୨ଜଣ ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ ଆଠମଲ୍ଲିକ ଏଡିଜେ କୋର୍ଟ । ୨୦୧୭ ମସିହାରେ କିଶୋରନଗର ବ୍ଲକ ଗମ୍ଭାର ମଳିଆ ଗାଁରେ ଗୋଟିଏ ପରିବାର ତିନି ଜଣଙ୍କୁ ହୋଇଥିଲା ହତ୍ୟା । ଏହି  ଘଟଣା ରେ ସମ୍ପୃକ୍ତ ଦୁଇ ଜଣ ଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ଆଠମଲ୍ଲିକ ଏଡିଜେ କୋର୍ଟ  ଅତିରିକ୍ତ ଜିଲ୍ଲା ଦୌରାଜଜ୍।  ୧୦/୧୦/୨୦୧୭ ମସିହାରେ କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ ।

ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ଉଭୟ ଅଭିକୁକ୍ତଙ୍କୁ ୩୦୨ ଦଫାରେ ଫାଶୀ ସହ ୩୭୪ ଦଫାରେ ଆଜୀବନ ଓ ୨୦୧ ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଗ୍ରୁପରୁ ଆଣିଥିବା ଟଙ୍କା ଲୁଟ ପାଇଁ ଗୋଟିଏ ପରିବାର ତିନି ଜଣକୁ ହତ୍ୟା କରା ଯାଇଥିଲା।  କେଶରେ 41 ଜଣ ସାକ୍ଷ୍ୟ ଓ ସରକାରୀ ଓକିଲ ପ୍ରଦୀପ କୁମାର ଦାଶ ଓ ସହକାରୀ ଓକିଲ ଅସିତ ଦେଓ ଏହି କେଶର ଦାଇତ୍ୱ ନେଇ ଥିବାର ପ୍ରକାଶ କରିଛନ୍ତି...ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ସ୍ୱାମୀ-ସ୍ତ୍ରୀ ଓ ୪ ବର୍ଷର ପୁଅକୁ ହତ୍ୟା କରିଥିବାର ପ୍ରମାଣ ମିଳିଛି ବୋଲି ସରକାରୀ ଓକିଲ ପ୍ରଦୀପ ଦାଶ ପ୍ରକାଶ କରିଛନ୍ତି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two people hanged in the case of triple murder | Argus News