କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର
·2 years ago

କଳାହାଣ୍ଡି: ପୁଣି ଜେଲ୍ରେ ଢିଲା ସୁରକ୍ଷା ବ୍ୟବସ୍ଥା । ଯାହାର ଫାଇଦା ଉଠାଉଛନ୍ତି କଏଦୀ । ଆଉ ଜେଲ୍ରୁ ମାରୁଛନ୍ତି ଚମ୍ପଟ । କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ପାଚେରୀ ଡେଇଁ ଦୁଇ କଏଦୀ ଫେରାର । କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ବିଭାର ।
ଦୁଇ ଜଣ ପୋସ୍କୋ ଆକ୍ଟରେ କାରାଗାରରେ ଥିଲେ। ସକାଳୁ ବଗିଚା କାମ କରୁଥିବା ବେଳେ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି କଏଦୀ । ପୂର୍ବରୁ ବଲାଙ୍ଗିର, ସୁନ୍ଦରଗଡ଼ ଆଉ ଏବେ କଳାହାଣ୍ଡିରୁ ଫେରାର ମାରିଛନ୍ତି କଏଦୀ । ଏଠି ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନବାଚୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: