Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ

ଅର୍ଗସ ବ୍ୟୁରୋ:  ରାଜ୍ୟ କ୍ୟାବିନେଟ ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ । ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ସହ ଶିଳ୍ପନୀତି ୨୦୧୫ର ୨ଟି ସଂଶୋଧନକୁ ଅନୁମୋଦନ ମିଳିଛି  । ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, 1989 ରେ ସଂଶୋଧନ ପ୍ରସ୍ତାବକୁ ଓଡିଶା ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ବିଶ୍ବବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ଅଧିକ ସ୍ବାୟତ୍ତତା ସହିତ ବିଶ୍ବବିଦ୍ୟାଳୟଗୁଡ଼ିକୁ ସଶକ୍ତ କରିବା ତଥା ଉତ୍ତରଦାୟିତ୍ଵ ବଜାୟ ରଖିବା ଏବଂ ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମିକ୍ ପ୍ରଫେସନାଲମାନଙ୍କୁ ଜଡିତ କରାଯିବ । ଶିଳ୍ପ ନିତି 2015 ର ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି କ୍ୟାବିନେଟ ।

ବିଭିନ୍ନ ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ବିଷୟରେ  ଅଜ୍ଞତା କାରଣରୁ ଅନେକ କ୍ଷେତ୍ରରେ ଶିଳ୍ପ ସଂସ୍ଥା ଆବେଦନପତ୍ର ଦାଖଲ କରିବାରେ ବିଳମ୍ବ ହୁଏ | COVID-19 ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ପରିସ୍ଥିତି କୁ ମଧ୍ଯ ବିଚାରକୁ ନେଇ, ଶିଳ୍ପ ନିତୀ 2015 ଅଧୀନରେ ସମସ୍ତ ପ୍ରକାରର ପ୍ରୋତ୍ସାହନ ଏବଂ ପ୍ରମାଣପତ୍ର ପାଇଁ ଆବେଦନ ଦାଖଲ କରିବାର ସମୟସୀମାକୁ ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ ଦିଆଯାଇଛି। ୨ ବର୍ଷରୁ ଅଧିକ ବିଳମ୍ବ ପାଇଁ, ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।  30 ଜୁନ 2023 ମଧ୍ୟରେ ଦାଖଲ କରିଥିଲେ ମଧ୍ୟ ଯେଉଁମାନେ ଅଯୋଗ୍ୟ ହୋଇଥିବେ ସେମାନଙ୍କ ଦରଖାସ୍ତ ଯୋଗ୍ୟ ଅବେଦନକାରୀ ଭାବେ ପୂନଃ ବିଚାର କରାଯିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two proposals approved in state cabinet meeting | Argus News