Videos
|
Odisha

୫ଟି ଶ୍ରେଣୀକୁ ଦୁଇଟି କୋଠରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
୫ଟି ଶ୍ରେଣୀକୁ ଦୁଇଟି କୋଠରି

ଅର୍ଗସ ବ୍ୟୁରୋ:  ପରିତ୍ୟକ୍ତ ସ୍କୁଲ ବିଲଡିଂ ସୃଷ୍ଟି କରୁଛି ଭୂତ ବଙ୍ଗଳାର ଭ୍ରମ। ଏପଟେ ଶ୍ରେଣୀଗୃହ ନଥିବାରୁ ୨ ଟି କୋଠରୀରେ ପଢୁଛନ୍ତି ୧୩୦ ଛାତ୍ରଛାତ୍ରୀ। ଏ ହେଉଛି କଳାହାଣ୍ଡି ଗୋଲାମୁଣ୍ଡା ମକ୍ରାଗୁଡା ପ୍ରାଥମିକ ବିଦ୍ୟାଳୟ । ୧୯୫୯ ମସିହା ସେପ୍ଟେମ୍ବର ୫ ତାରିଖରେ ଏହି ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହୋଇଥିଲା । ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୩୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ପାଠ ପଢାଇବାକୁ ଅଛନ୍ତି ମାତ୍ର ୩ ଜଣ ଶିକ୍ଷକ। ସେଥିରୁ ଜଣେ ଶିକ୍ଷକ ନିଜ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ଅନେକ ଦିନ ଧରି ଛୁଟିରେ ଥିବା ଅଭିଯୋଗ ହୋଇଛି ।

ସ୍କୁଲରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଆଜିଯାଏଁ ସ୍କୁଲ ନିର୍ମାଣ କାମ ଶେଷ ହେଲା ନାହିଁ। ଏପଟେ ଦିର୍ଘ ଦିନ ଧରି ନିର୍ମାଣ କାମ ଅଧାରେ ପଡିଥିବାରୁ ବିଲଡିଂ ଅବସ୍ଥା ଖରାପ ହେବାରେ ଲାଗିଛି।  ଶ୍ରେଣୀଗୃହ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ବେଳେ କେତେବେଳେ ଯେ ଭାଙ୍ଗିଯିବ ତାହା କହିହେବନି । ୨୫ ବର୍ଷର ପୂର୍ବ ବିଜେଡି ସରକାରରେ ଏ ହେଉଛି ସ୍କୁଲର ଚିତ୍ର। ଏଠି ଯୋଜନା ଆଳରେ ଟଙ୍କା ଆସିଛି ହେଲେ ହୋଇ ପାରିନି ସ୍କୁଲର ଉନ୍ନତି। ଖାଲି ଟଙ୍କା ଚଳୁକରି ମାଲେମାଲ ହୋଇଛନ୍ତି ଦୁର୍ନୀତିଗସ୍ତ ଅଧିକାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Two rooms for 5 class | Argus News