Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

Odisha

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

Ritu Das
Browse all articles by Ritu Das
·1 year ago
ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଅର୍ଗସ ବ୍ୟୁରୋ: ପୋଖରୀରେ ଗାଧୋବା ହେଲା କାଳ। ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ସୋର ଥାନା ଖରାସାହାପୁର ଗ୍ରାମର ଦୁଇ ନାବାଳିକା ଭଉଣୀ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। 

ଏହି ଗ୍ରାମର ମାନସ ବେହେରାଙ୍କ ଦୁଇ ନାବାଳିକା ଝିଅ ଦଶମ ଶ୍ରେଣୀରେ ପଢୁ ଥିବା ରାଜଲକ୍ଷ୍ମୀ ଏବଂ ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ଭାଗ୍ୟଲକ୍ଷ୍ମୀ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଉଭୟଙ୍କ ଗୋଡ଼ ଖସି ଯିବାରୁ ସେମାନେ ପୋଖରୀରେ ବୁଡି ଯାଇଥିଲେ। 

ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ ସୋର ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରଖି ତଦନ୍ତ ଆରମ୍ଭ କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Two sisters | Argus News