Videos
|
Odisha

ଶିମିଳିପାଳ ଆସିବେ ଦୁଇ ବାଘୁଣୀ: ଅନୁମତି ଦେଲା ଏନଟିସିଏ

Ritu Das
Browse all articles by Ritu Das
·2 years ago·2 min read
ଶିମିଳିପାଳ ଆସିବେ ଦୁଇ ବାଘୁଣୀ: ଅନୁମତି ଦେଲା ଏନଟିସିଏ

ଅର୍ଗସ ବ୍ୟୁରୋ: ଶିମିଳିପାଳ ଆସିବେ ଦୁଇ ବାଘୁଣୀ। ଏ ନେଇ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନ.ଟି.ସି.ଏ କୁ ଆବେଦନ ପତ୍ର ଦେବା ପରେ ଏନ.ଟି.ସି.ଏ ପକ୍ଷରୁ ମଧ୍ୟ ଅନୁମତି ଆସି ସାରିଛି। ଆଉ କେବଳ ଅପେକ୍ଷା କେନ୍ଦ୍ର ସରକାରଙ୍କ ଟେକନିକାଲ ଟିମ୍ ଅର୍ଡରକୁ। କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟାରେ ବୃଦ୍ଧି ହୋଇ ଏବେ ଏହା ୩୯ ରେ ପହଞ୍ଚିଛି। ଏବଂ ଏଥିମଧ୍ୟରୁ ୫୦ ପ୍ରତିଶତ କେବଳ କଳା ବାଘ ରହିଛନ୍ତି। ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ସହିତ ବାଘର ଜେନେଟିକ୍ କୁ ନିୟନ୍ତ୍ରଣରେ ଆଣିବା ପାଇଁ ଏହି ଦୁଇ ବାଘୁଣୀ ସହାୟ ହେବେ ବୋଲି ଆଶା ରଖିଛି ବିଭାଗ।

ବିଗତ ଦୁଇ ଦଶନ୍ଧି ପୂର୍ବର କଥା ଯଦି ଆମେ କହିବା'ସେତେବେଳେ ଶିମିଳିପାଳରେ ଶତାଧିକ ବାଘ ରହିଥିବା ନେଇ ସୂଚନା ରହିଥିବା ବେଳେ ୨୦୧୪ ମସିହା ବାଘ ଗଣନାର ରିପୋର୍ଟ ଅନୁସାରେ ବାଘସଂଖ୍ୟା କମି ୮ କୁ ଖସିଯାଇଥିଲା । ହେଲେ ନିକଟରେ ଆସିଥିବା ବାଘ ଗଣନାର ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି। ୨୦୨୩ ରେ ପ୍ରକାଶିତ ବାଘଗଣନା ରିପୋର୍ଟ ଅନୁସାରେ ଶିମିଳିପାଳରେ ୨୭ଟି ପ୍ରାପ୍ତ ବୟସ୍କ ବାଘ ରହିଥିବା ବେଳେ ୮ଟି ବାଘଛୁଆ ଥିବାର ରିପୋର୍ଟ ପ୍ରକାଶ ପାଇଥିଲା। 

ପରେ ଟ୍ରାପ୍ କ୍ୟାମେରାରେ ୧୨ଟି ବାଘ ଛୁଆଥିବା ଜଣାପଡିଥିଲା। ତେଣୁ ଏବେ ଶିମିଳିପାଳରେ ମୋଟ୍ ୩୯ଟି ବାଘ ରହିଥିବା ବେଳେ ଅଧିକ ସଂଖ୍ୟକ ମିଲେନିଷ୍ଟିକ ଟାଇଗର ବା (କଳାବାଘ) ରହିଥିବା ବିଭାଗ ପକ୍ଷରୁ ସୂଚନା ରହିଛି। ମହାବଳ ବାଘର ଏଭଳି ରଙ୍ଗ ପରିବର୍ତ୍ତନକୁ ଜେନେଟିକ୍ ପରିବର୍ତ୍ତନ ବୋଲି ବିଶେଷଜ୍ଞ ଙ୍କ ମତ ରହିଥିବା ବେଳେ ବେଳେ ଗୋଟିଏ ପୁରୁଷ ମହାବଳ ପାଖରୁ ବଂଶବୃଦ୍ଧି ଯୋଗୁଁ ଏପରି ହୋଇଥାଇପାରେ ବୋଲି ବିଭାଗ ପକ୍ଷରୁ ଆଶା କରାଯାଉଛି। ତେଣୁ ଅନ୍ୟ ସ୍ଥାନରୁ ମାଇବାଘ ଆଣି ବାଘସଂଖ୍ୟା ବୃଦ୍ଧି କରାଗଲେ ଶିମିଳିପାଳରେ ବାଘଙ୍କ ଜେନେଟିକ୍ ରେ ପରିବର୍ତ୍ତନ ଘଟିବ ଏବଂ ଧୀରେ ଧୀରେ ଏଥିରେ ନିୟନ୍ତ୍ରଣ ଆସିବ। ତେଣୁ ଏପରି ଯୋଜନା ହାତକୁ ନିଆଯାଇଛି। 

ଏନେଇ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ (PCCF) ଗତ ୩ ମାସ ତଳେ NTCA କୁ ଆବେଦନ ପତ୍ର ପଠେଇବା ପରେ କିଛି ଦିନ ପୂର୍ବରୁ NTCA ପକ୍ଷରୁ ଏନେଇ ଗ୍ରୀନ୍ ସିଗନାଲ୍ ଆସିସାରିଛି। ଏବେ କେବଳ ଅପେକ୍ଷା କେନ୍ଦ୍ରୀୟ ଟିମକୁ।କେନ୍ଦ୍ର ଟେକନିକାଲ ଟିମ୍ ର ଅନୁମୋଦନ ଆସିବା ପରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ରସଂରକ୍ଷକ ପ୍ରକଳ୍ପର ନିର୍ଦ୍ଦେଶକ ଡାକ୍ତର ପ୍ରକାଶ ଚାନ୍ଦ ଗୋଗିନେନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର