ବଜ୍ରପାତରେ ଚାଲିଗଲା ଦୁଇ ମହିଳାଙ୍କ ଜୀବନ
·1 year ago

ଅର୍ଗସ ବ୍ୟୁରୋ: ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନ ଏରବଙ୍ଗ ପଞ୍ଚାୟତ ଡିହସାହି ଗ୍ରାମରେ ଅଘଟଣ। ଜେଜେ ମା' ଦଶତୁଠ କୁ ଶୁଦ୍ଧି ହେବାକୁ ଯାଇଥିବା ସମୟରେ ବଜ୍ରପାତରେ ଚାଲିଗଲା ନାତୁଣୀ ଜୀବନ। ମୃତ ମହିଳା ଜଣଙ୍କ ହେଉଛନ୍ତି ସରସ୍ୱତୀ ସ୍ୱାଇଁ(୧୮)।
ସେହିପରି ଆଉ ଜଣେ ମହିଳା ସେହି ଗ୍ରାମର ରିନା ଭୋଇ ଛେଳି ଚରାଉଥିବା ସମୟରେ ମଧ୍ୟ ବଜ୍ରପାତରେ ଜୀବନ ଯାଇଥିବା ସୂଚନା ମିଳିଛି। ଦୁଇଜଣ ମହିଳାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏହିଭଳି ଏକ ଅଘଟଣ ଘଟିବା ପରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: