ଟ୍ରାକ୍ଟର ଓଲଟି ଦୁଇ ମହିଳାଙ୍କ ମୃତ୍ୟୁ
·2 years ago

ଅର୍ଗସ ବ୍ୟୁରୋ: ଟ୍ରାକ୍ଟର ଓଲଟି ଦୁଇ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପାତ୍ରପୁର କେ ନୂଆଗାଁ ଥାନା ଖରଣିପଡା ପଞ୍ଚାୟତ ଆମୁଣ୍ଡି ଗ୍ରାମ ନିକଟରେ ଧାନ ଟ୍ରାକ୍ଟର ଓଲଟି ଦୁଇଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଚୈତନ୍ୟ ଚନ୍ଦ୍ରପୁର ଶାସନ ଗ୍ରାମର ମାଧବ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ ଏବଂ ମୁରଲୀ ନାଇକଙ୍କ ସ୍ତ୍ରୀ ଝୁନୁ ନାଇକ ଧାନ ଅମଳ ପାଇଁ ଯାଇ ଟ୍ରାକ୍ଟରରେ ବସି ଫେରୁଥିବା ସମୟରେ ଟ୍ରାକ୍ଟର ପଛକୁ ଲାଗିଥିବା ମେସିନଟି କୌଣସି କାରଣରୁ ଓଲଟି ପଡିଥିଲା।
ଫଳରେ ଦୁଇ ମହିଳା ମେସିନ ତଳେ ଚାପିହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ମାନେ ଉଭୟଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା I ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: