Videos
|
Odisha

ଶିଶୁ ପୁତ୍ରକୁ 20 ହଜାର ଟଙ୍କାରେ ବିକ୍ରି ଅଭିଯୋଗ, ସଂପୂର୍ଣ୍ଣ ଖବର ପଢିଲେ ହୋସ୍ ଉଡିଯିବ

Smruti Parija
Browse all articles by Smruti Parija
·1 year ago·1 min read
ଶିଶୁ ପୁତ୍ରକୁ 20 ହଜାର ଟଙ୍କାରେ ବିକ୍ରି ଅଭିଯୋଗ, ସଂପୂର୍ଣ୍ଣ ଖବର ପଢିଲେ ହୋସ୍ ଉଡିଯିବ

କଟକ:  ଦୁଇ ବର୍ଷର ଶିଶୁ ପୁତ୍ରକୁ 20 ହଜାର ଟଙ୍କାରେ ବିକ୍ରି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ଶିଶୁପୁତ୍ରର ଜେଜେବାପା ରାହାସ ସାମଲ । 

ସୂଚନାମୁତାବକ କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗାଁର ରାହାସ ସାମଲଙ୍କ ପୁତ୍ର ତପନ ସାମଲ ନିଶ୍ଚିନ୍ତକୋଇଲି ଥାନା ବଢଖିରି ଗ୍ରାମର ରୁବିନା ସାମଲଙ୍କୁ ବିବାହ କରିଥିଲେ । ଉଭୟଙ୍କ ଔରସରୁ 5 ବର୍ଷର କନ୍ୟା ଓ 2 ବର୍ଷର ଶିଶୁପୁତ୍ର ଥିବାବେଳେ ରୁବିନା ସ୍ୱାମୀ ତପନ ସାମଲଙ୍କୁ ଛାଡି ଅନ୍ୟତ୍ର ପଳାଇ ଯାଇଥିଲେ । 

ଦୁଇ ବର୍ଷର ନାତିକୁ ନେଇ ତାଙ୍କ ପୁତ୍ର ବଧୁ ଗତ 6ମାସ ତଳେ ତାଙ୍କ ବାପ ଘରେ ଛାଡ଼ି ଅନ୍ୟ ଏକ ପୁରୁଷ ସହ କେଉଁଆଡ଼େ ପଳେଇଯାଇଛନ୍ତି । କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ନାତିକୁ ଡେରାବିଷ ଅଞ୍ଚଳର ଅନନ୍ତ ସାମଲଙ୍କୁ  ଝିଅର ଭାଇ ବିକ୍ରି କରିଦେଇଛି । ଏହି ଖବର ପାଇବା ପରେ ଜେଜେ ନାତିକୁ ତାଙ୍କ ଘରକୁ ଆଣିବାକୁ ଯାଇ ଥିବାବେଳେ ସେଠାରେ ନାତି ନଥିବା ଦେଖିବାକୁ ପାଇଥିଲେ । 

ଏନେଇ ଜେଜେବାପା ଜାଣିବାକୁ ପାଇଥିଲେ ନାତିକୁ 20 ହଜାର ଟଙ୍କାରେ ଅନ୍ୟତ୍ର ବିକ୍ରି କରାଯାଇଥିବା ନେଇ ଝିଅର ଭାଇ ବିକ୍ରି କରିଦେଇଛନ୍ତି । ଝିଅର ଭାଇ ନାମରେ  ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

two-year-baby-sold-in-twenty-thausand-rupees | Argus News