ରଥଟଣା ବେଳେ ଲାଗିଲା ବିଦ୍ୟୁତ ଆଘାତ, ୨ ଗୁରୁତର
·1 year ago

ବାଲେଶ୍ବର : ବାହୁଡ଼ା ଯାତ୍ରା ବେଳେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଯୁବକ ଗୁରୁତର। ସୂଚନା ମୁତାବକ ଜଳେଶ୍ବର ଥାନା ଅନ୍ତର୍ଗତ ଶିଖରପୁର ଠାରେ ଆଜି ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥିଲା । ରଥ ଟଣା ବେଳେ ରଥ ର ଶୀର୍ଷବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ରଥ ଉପରେ ଥିବା ଦୁଇ ଯୁବକଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।
ଅଧିକ ପଢନ୍ତୁ : ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫ ଲକ୍ଷର ଅଳଙ୍କାର
ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇ ଯୁବକଙ୍କୁ ଉଦ୍ଧାର କରାଯାଇ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି ଚିକିତ୍ସା କରାଇଛନ୍ତି । ଜଣେ ଯୁବକ ଯୁବକ ସୁସ୍ଥ ଥିବା ବେଳେ ବିଜୟ ମହାନ୍ତି ନାମକ ଯୁବକ ଅବସ୍ଥା ସଙ୍କଟାପନ୍ନ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: