Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fake Gangrape Allegation Exposed: ନାଟକ ଥିଲା ଉଦଳା ଗଣଦୁଷ୍କର୍ମ ଅଭିଯୋଗ: ବାରିପଦା ଜେଲ୍‌ରୁ ହୋଇଥିଲା ବ୍ଲୁପ୍ରିଣ୍ଟ

Sushanta Sahoo
Browse all articles by Sushanta Sahoo
·10 months ago·2 min read
Fake Gangrape Allegation Exposed: ନାଟକ ଥିଲା ଉଦଳା ଗଣଦୁଷ୍କର୍ମ ଅଭିଯୋଗ: ବାରିପଦା ଜେଲ୍‌ରୁ ହୋଇଥିଲା ବ୍ଲୁପ୍ରିଣ୍ଟ

Key Points

ଗଣଦୁଷ୍କର୍ମ ଅଭିଯୋଗ ମିଛ ଥିଲା । ମାମଲା ପାଇଁ ଜେଲ୍‌ରୁ ବ୍ଲୁପ୍ରିଣ୍ଟ ତିଆରି କରିଥିଲେ ଯୁବତୀଙ୍କ ଧରମ ଭାଇ ଓ ଅନ୍ୟ ଜଣେ । ଆଉ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଖୋଦ୍ ଅଭିଯୋଗକାରିଣୀ ଓ ତାଙ୍କ ମାଆ ।

ଉଦଳା (ମୟୂରଭଞ୍ଜ): ମିଛ ଥିଲା ଗଣଦୁଷ୍କର୍ମ ଅଭିଯୋଗ, ମାନିଲେ ଯୁବତୀ । ପୋଲିସ ଓ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଆଗରେ ମିଛ ଅଭିଯୋଗ କରିଥିବା ମାନିଛନ୍ତି ଯୁବତୀ ଜଣଙ୍କ । ଏଥିସହ ଯୁବତୀଙ୍କ ମେଡିକାଲ୍ ରିପୋର୍ଟରୁ ଜଣାପଡ଼ିଛି ତାଙ୍କ ସହ କୌଣସି ଅସଦାଚରଣ ହୋଇ ନାହିଁ । ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ ବେଳେ ପୋଲିସ ମାମଲାର ପର୍ଦ୍ଦାଫାସ୍ କରିଛି ।


ପୋଲିସ ଅନୁସାରେ, ଗଣଦୁଷ୍କର୍ମ ଅଭିଯୋଗ ମିଛ ଥିଲା । ମାମଲା ପାଇଁ ଜେଲ୍‌ରୁ ବ୍ଲୁପ୍ରିଣ୍ଟ ତିଆରି କରିଥିଲେ ଯୁବତୀଙ୍କ ଧରମ ଭାଇ ଓ ଅନ୍ୟ ଜଣେ । ଆଉ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଖୋଦ୍ ଅଭିଯୋଗକାରିଣୀ ଓ ତାଙ୍କ ମାଆ । ଉଦଳା ପୋଲିସର ତଦନ୍ତ ବେଳେ ଏ କଥା ସାମ୍ନାକୁ ଆସିଛି । ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ମାଆଝିଅ କରିଥିଲେ ଗଣଦୁଷ୍କର୍ମ ନାଟକ ।


ସୂଚନା ଅନୁସାରେ, ବାରିପଦା ଜେଲ୍‌ରେ ଥିବା ୨ ବନ୍ଦୀ ଏହି ନାଟକ ପଛର ମାଷ୍ଟରମାଇଣ୍ଡ । ୨ଟି ଭିନ୍ନ ମାମଲାରେ ଗିରଫ ବୋଇ ବାରିପଦା ଜେଲ୍‌ରେ ଅଛନ୍ତି କପ୍ତିପଦା ଅଞ୍ଚଳନର ନାନା ସାଏ ଓ ଶରତ ଅଞ୍ଚଳର ଶ୍ୟାମ ସୁନ୍ଦର ରଣା । ଆଉ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀ ହେଉଛନ୍ତି ଶ୍ୟାମ ସୁନ୍ଦରଙ୍କ ଧରମ ଭଉଣୀ । ଶ୍ୟାମଙ୍କ କଥାରେ ମାଆଝିଅ ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ନାଟକ ରଚିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୋଲିସ ତଦନ୍ତରୁ ଜଣାପଡ଼ିଛି, ଯୁବତୀ ଯେଉଁ ୫ ଜଣଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ ସେଇମାନଙ୍କ ଅଭିଯୋଗ କ୍ରମେ ଜେଲ୍ ଯାଇଥିଲେ ଶ୍ୟାମ ସୁନ୍ଦର । ଆଉ ସେମାନଙ୍କୁ ଫସାଇବାକୁ ଯାଇ ରଚିଥିଲେ ଗଣଦୁଷ୍କର୍ମ ନାଟକ । ଧରମଭଉଣୀ ଓ ମାଆଙ୍କୁ କରିଥିଲେ ମୋହରା ।


ଶନିବାର ଉଦଳା ଥାନାରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ ବାଙ୍ଗିରିପୋଷି ଅଞ୍ଚଳର ଯୁବତୀ । କହିଥିଲେ, ଚାକିରି କରାଇ ଦେବା ନାଁରେ ୨ ଜଣ ଯୁବକ ତାଙ୍କୁ ଘରୁ ଏକ ଗାଡ଼ିରେ ଆଣିଥିଲେ । ପରେ ସେହି ଗାଡ଼ିରେ ଆଉ ୩ ଜଣ ଚଢ଼ିଥିଲେ । ବାଙ୍ଗିରିପୋଷିରୁ ୮୦ କିଲୋମିଟର ଉଦଳା ଆଣି ଗଣଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗି ପଳାଇଥିଲେ । ପୋଲିସ ଘଟଣାକୁ ଗୁରୁତ୍ଵର ସହ ନେଇ ତଦନ୍ତ କରି ୨ ଜଣଙ୍କୁ ଅଟକ ରଖିଥିଲା । ଆଉ ତଦନ୍ତର ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ସମ୍ପୂର୍ଣ୍ଣ ମିଛ, ଉଦ୍ଦେଶ୍ୟ ପ୍ରଣୋଦିତ ଓ ଅନ୍ୟକୁ ଫସାଇବା ଲାଗି କରିଥିଲେ ବୋଲି ଜଣାପଡ଼ିଛି ।

Sponsored
Fake Gangrape Allegation Exposed in Udala: Victim Confesses, Mastermind Traced to Jail | Argus News | Argus News