Videos
|
Odisha

Accident News / ମେଡିକାଲରେ ଭୟଙ୍କର ବିସ୍ଫୋରଣ…ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନେବାବେଳେ ଘଟିଲା...

Ritu Das
Browse all articles by Ritu Das
·3 hours ago·1 min read
ମେଡିକାଲରେ ଭୟଙ୍କର ବିସ୍ଫୋରଣ…ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନେବାବେଳେ ଘଟିଲା...
India

Key Points

ଏକ ଘରୋଇ ଆମ୍ବୁଲାନ୍ସରେ ହଠାତ୍ ବିସ୍ଫୋରଣ ଘଟିବା ସହ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି
ମୟୂରଭଞ୍ଜ: ମେଡିକାଲ ପରିସରରେ ଅଘଟଣ। ରୋଗୀଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ଏକ ଘରୋଇ ଆମ୍ବୁଲାନ୍ସରେ ହଠାତ୍ ବିସ୍ଫୋରଣ ଘଟିବା ସହ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ଜଣେ ରୋଗୀଙ୍କ ମୃ**ତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ଆଜି ସକାଳୁ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡ ପରେ ଆମ୍ବୁଲାନ୍ସଟି ହୁତୁହୁତୁ ହୋଇ ଜଳିଯାଇଥିଲା।

  • ଅକ୍ସିଜେନ୍ ସିଲିଣ୍ଡରରୁ ନିଆଁ, ପରେ ବିସ୍ଫୋରଣ

ସୂଚନା ଅନୁଯାୟୀ, ଉଦଳା ଥାନା ଅନ୍ତର୍ଗତ କୁଣ୍ଡାବାଇ ଅଞ୍ଚଳର ସୁଯୋଶ ବାରିକ ନାମକ ଜଣେ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଉଦଳା ମେଡିକାଲରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେବା ଲାଗି ଏକ ଘରୋଇ ଆମ୍ବୁଲାନ୍ସ ଆସିଥିଲା। ରୋଗୀଙ୍କୁ ଆମ୍ବୁଲାନ୍ସ ଭିତରେ ରଖି ଅକ୍ସିଜେନ୍ ଲଗାଯାଉଥିବା ସମୟରେ ହଠାତ୍ ଅକ୍ସିଜେନ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଏହାପରେ ସିଲିଣ୍ଡରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

  • ଜଣେ ରୋଗୀଙ୍କ ମୃତ୍ୟୁ, ଦୁଇ ଜଣ ଗୁରୁତର

ବିସ୍ଫୋରଣ ପରେ ଆମ୍ବୁଲାନ୍ସରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଉପସ୍ଥିତ ସ୍ଥାନୀୟ ଲୋକେ ତୁରନ୍ତ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାର କରିଥିଲେ। ତେବେ ନିଆଁରେ ପୋଡ଼ି ଯାଇଥିବା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ, ଆମ୍ବୁଲାନ୍ସରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଉପର ଭାଗ ଉଡ଼ି ଅନ୍ୟ ରୋଗୀଙ୍କ ଉପରେ ପଡ଼ିଥିଲା। ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ଏଥି ସହ ପଢନ୍ତୁ:  ଏକ୍ସପ୍ରେସ୍ ୱେରେ ବଡ଼ ଦୁର୍ଘଟଣା; ଚାଲିଗଲା ୪ କ୍ରିକେଟରଙ୍କ ଜୀବନ, ୨ ଗୁରୁତର  

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଆୟତ୍ତ

ଘଟଣା ପରେ ମେଡିକାଲ ପରିସରରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଅଘଟଣର ପ୍ରକୃତ କାରଣ ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବା ବାକି ରହିଛି।