Mob Violence / ପୁଣି ଭିଡ଼ ହିଂସା,ମୟୂରଭଞ୍ଜ ଉଦଳାରେ ବିଚ୍ ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼, ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ସଂଘବଦ୍ଧ ଆକ୍ରମଣ
·3 months ago·2 min read

Key Points
ବିଚ୍ ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼
ଉଦଳାରେ ବିଚ୍ ରାସ୍ତାରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
ଥାନାଠାରୁ ୫୦୦ ମିଟର ଦୂରତାରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ
ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ
ଉଦଳାରେ ବିଚ୍ ରାସ୍ତାରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ
ଥାନାଠାରୁ ୫୦୦ ମିଟର ଦୂରତାରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ
ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ
ଉଦଳା,୨୨/୦୫: ବିଚ୍ ରାସ୍ତାରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ । ପୁଣି ଆଇନକୁ ହାତକୁ ନେଲେ ଦୁର୍ବୃତ୍ତ । ଥାନାଠାରୁ ମାତ୍ର ୫୦୦ ମିଟର ଦୂରତାରେ ଦେଖିବାକୁ ମିଳିଛି ଗୁଣ୍ଡାରାଜ । ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଥାନା NH ୫ ନମ୍ବର ୱାର୍ଡ ଅଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ। ଦୁଇ ଜଣ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ଅତି ଅମାନୁଷିକ ଭାବେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ଯେ ସଂଘବଦ୍ଧ ଭାବେ ୩ ରୁ ୪ ଜଣ ଯୁବକ ହଠାତ ଆସି ଅନ୍ୟ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରୁଛନ୍ତି । ଯିଏ ଯେମିତି ପାରିଲା ମୁଥ ଓ ଚାପୁଡ଼ା ମାରି ଚାଲିଲେ। ଏପରିକି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତାରେ ନିର୍ଘାତ ମାଡ଼ ମରାଯାଇଛି । ଏହି ଅମାନୁଷିକ ମାଡ଼ରେ ଦୁଇ ଯୁବକ ସମ୍ପୂର୍ଣ୍ଣ ରକ୍ତାକ୍ତ ହୋଇପଡ଼ିଛନ୍ତି।
ସୁଚନା ଅନୁଯାୟୀ, ଗତ ଏପ୍ରିଲ ମାସରେ ଅଞ୍ଚଳରେ ଚାଲିଥିବା ଏକ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଉକ୍ତ ଦୁଇ ଯୁବକ ମୁହଁ ଖୋଲିଥିଲେ ଏବଂ ଏହାର ପ୍ରତିବାଦ କରିଥିଲେ। ଏହି ଆକ୍ରୋଶ ରଖି ବିପକ୍ଷ ଗୋଷ୍ଠୀର ଯୁବକମାନେ ଯୋଜନାବଦ୍ଧ ଭାବେ ସେମାନଙ୍କୁ ବିଚ୍ ରାସ୍ତାରେ ଘେରିଯାଇ ଆକ୍ରମଣ କରିଥିବା ଜଣାଯାଇଛି
ଗତ ମେ ୭ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୋଲିସ ଆଖି ଆଗରେ ସୌମ୍ୟରଞ୍ଜନ ସ୍ଵାଇଁ ନାମକ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ରୋକି ପାରିନଥିଲା । ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟଙ୍ଗାଇ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଇଥିଲ ସୌମ୍ୟରଞ୍ଜନଙ୍କୁ । ମୃତ ସୌମ୍ୟରଞ୍ଜନ ରେଳବାଇରେ ଜଣେ କନେଷ୍ଟବଳ ଥିଲେ। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି ୧୫ ଜଣଙ୍କୁ ଗିରଫ କରିଛି।
ପଢନ୍ତୁ ଏହି ଖବର: ବ୍ରହ୍ମପୁରରେ ଯୁବକଙ୍କୁ ତଳେ ପକାଇ ମାଡ଼ ମାରିବା ଘଟଣା: ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁକୁ ଏନକାଉଣ୍ଟର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ବ୍ରହ୍ମପୁର ସହରରେ ବି ଘଟିଥିଲା ସମାନ ଘଟଣା। ଗତ ୧୮ ତାରିଖ ସୋମବାର ବ୍ରହ୍ମପୁର ସହରର ବ୍ୟସ୍ତବହୁଳ ଗିରି ରୋଡ୍ ଛକ ନିକଟରେ। ରାତି ପ୍ରାୟ ୯ଟା। ଲୋକଙ୍କ ଯିବା-ଆସିବା ଚାଲିଥିବା ସମୟରେ ହଠାତ୍ ଦୁଇ ଯୁବକ ମିଶି ଉମେଶ ରଥ ନାମକ ଜଣେ ଯୁବକଙ୍କ ଉପରକୁ ଆକ୍ରମଣ କରିଥିଲେ। ରାସ୍ତା ମଝିରେ ତାଙ୍କୁ ତଳେ ପକାଇ ଗୋଇଠା, ବିଧା ଏବଂ ନିର୍ମମ ମାଡ଼ ମାରୁଥିଲେ। ଏମିତି ଲାଗୁଥିଲା, ଯେମିତି ଆକ୍ରମଣକାରୀଙ୍କ ମନରୁ ମଣିଷପଣିଆ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହେଉଛି, ଘଟଣାସ୍ଥଳରେ ଥିବା ଜଣେ ଯୁବତୀଙ୍କ ସାହସ। ଉମେଶଙ୍କ ସହ ଥିବା ମହିଳା ବନ୍ଧୁ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଜୋରଦାର ଚେଷ୍ଟା କରୁଥିଲେ । ଚିତ୍କାର କରି ବଞ୍ଚାଇବାକୁ ଅନୁରୋଧ କରୁଥିଲେ। କିନ୍ତୁ ରକ୍ତମୁଖା ଦୁର୍ବୃତ୍ତମାନେ କାହାର କଥା ଶୁଣିବା ମୁଡ୍ରେ ନଥିଲେ । ଏହି ଭୟଙ୍କର ଦୃଶ୍ୟକୁ କେହି ମୋବାଇଲରେ ରେକର୍ଡ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶକୁ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର । ବୁଧବାର ବିଳମ୍ବିତ ରାତିରେ ଟାମଣା ଘାଟି ନିକଟରେ ପୋଲିସ ମୁଫତେସକୁ କରିଛି ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ମୁଫତେସ ଶରୀରରେ ମୋଟ ଚାରି ରାଉଣ୍ଡ ଗୁଳି ବାଜିଛି ।

Related Topics
Explore more stories