Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଚ୍ଚ ଶିକ୍ଷାନୁଷ୍ଠାନରେ ଜଙ୍କଫୁଡ ମନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଉଚ୍ଚ ଶିକ୍ଷାନୁଷ୍ଠାନରେ ଜଙ୍କଫୁଡ ମନା

ଅର୍ଗସ ବ୍ୟୁରୋ:  ୟୁଜିସି ପକ୍ଷରୁ ହୋଇଥିବା ଏହି ଚିଠି ଉପରେ ନଜର ପକାନ୍ତୁ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି କଲେଜ ପରିସରରେ ପିଲା ମାନଙ୍କୁ ଜଙ୍କ ଫୁଡ ଦିଆଯାଇପାରିବନି । କଲେଜ କ୍ୟାଣ୍ଟିନରେ ଜଙ୍କ ଫୁଡ ମନା। ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଲାଗୁ ହେବ ଏହି ନିୟମ । ଚିଠିରେ ଲେଖାଯାଇଛି କି ଆଇସିଏମଆର ର 2020-2023  ରିପୋର୍ଟ ଅନୁସାରେ ପ୍ରତି 4ଜଣରେ ଜଣ ଲୋକ ଡାଏବେଟିସର ଶିକାର ହେଉଛନ୍ତି ଭାରତରେ । ବିଭିନ୍ନ ପ୍ରକାର ଜଙ୍କ ଫୁଡ଼ ଖାଇ ବହୁତ କମ ବୟସରୁ ପିଲାମାନେ ଅନେକ ରୋଗର ଶିକାର ହେଉଛନ୍ତି। ଡାଇବେଟିସ, ମେଦ ବହୁଲତା ଭଳି ରୋଗ କବଳରେ ପଡିଯାଉଛନ୍ତି । ତେଣୁ ଏ ଦିଗରେ କଲେଜ କର୍ତ୍ତୃପକ୍ଷ ପିଲାଙ୍କୁ ସଚେତନ କରାଇବେ। ତେବେ ଶିକ୍ଷାବିତଙ୍କର କହିବା ହେଲା ପ୍ରଥମେ ଘରେ ଓ ପରିବାରରେ ଅଭିଭାବକମାନେ ସ୍ବାସ୍ଥ୍ୟକର ଖାଦ୍ୟ ପିଲାମାନଙ୍କୁ ଦିଅନ୍ତୁ । ତେବେ ଯାଇ ଜଙ୍କଫୁଡ ଉପରେ ନିୟନ୍ତ୍ରଣ ଆସିବ ।

ୟୁଜିସି ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଜଙ୍କ ଫୁଡ୍ କୁ ବାରଣ କରାଯିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏହା ଦ୍ବାରା ଛାତ୍ର ଛାତ୍ରୀମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ରୂପେ ଠିକ୍ ରହିବ। କାରଣ ପୂର୍ବରୁ କଲେଜ୍ କ୍ୟାଣ୍ଟିନ ମାନଙ୍କରେ ବିଭିନ୍ନ ପ୍ରକାର ଜଙ୍କ ଫୁଡ୍ ମିଳୁଥିଲା। ଏହା ଦ୍ବାରା ଛାତ୍ରଛାତ୍ରୀ ମାନେ ବହୁ କମ ବୟସରୁ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିଲେ। ତେବେ ଗାଇଡଲାଇନ ସତ୍ବେ କଲେଜ୍ କର୍ତ୍ତୃପକ୍ଷ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ଦରକାର ବୋଲି ଛାତ୍ରଛାତ୍ରୀମାନେ ମତ ରଖିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UGC asks HEIs to prohibit sales of unhealthy food | Argus News