ଇଟାଭାଟି ମାଲିକଙ୍କ ନିର୍ଯାତନା ସହି ନପାରି ଉଦ୍ଧାର ପାଇଁ ନିବେଦନ କଲେ ଦାଦନ ଶ୍ରମିକ

ଅର୍ଗସ ବ୍ୟୁରୋ: ଦାଦନ ଖଟିବାକୁ ଯାଇ ଫସିଛନ୍ତି ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ୩୦୦ ଶ୍ରମିକ । ଇଟାଭାଟି ମାଲିକଙ୍କ ନିର୍ଯାତନା ସହି ନ ପାରି ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ଶ୍ରମିକ ମାନେ ଗାଁ ଲୋକଙ୍କୁ ଭିଡିଓ ପଠାଇ କରି ଉଦ୍ଧାର କରିବାକୁ ନିବେଦନ କରିଥିବା ଏକ ଭିଡିଓ ଭାଇରାଲ ହୋଇଛି l ଇଟାଭାଟି ମାଲିକ ଙ୍କ ଭୟ ରେ ଲୁପି ଛୁପି ଭିଡିଓ ବନାଇ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ।
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳ ଓ ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳ ର ପ୍ରାୟ ୩୦୦ ଶହ ରୁ ଅଧିକ ଶ୍ରମିକ ମାନେ ଦଶହରା ସମୟରେ ଟଙ୍କା ବଇନା ନେଇ ଦାଦନ ଶ୍ରମିକ ଭାବରେ ତେଲେଙ୍ଗାନା ରାଜ୍ୟ କୁ ଇଟା ତିଆରି କରିବାକୁ ଯାଇଛନ୍ତି l ତେଲେଙ୍ଗାନା ରାଜ୍ୟ ପୈଦାପାଳି ଥାନା ରଙ୍ଗାପୁର ଅଞ୍ଚଳ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ରାତି ଦିନ ଖଟାଇ ୨୨ ଘଣ୍ଟା ରୁ ଅଧିକ ସମୟ କାମ କରିବାକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଅଛି । ଦେହ ଖରାପ ହେଲେ ମଧ୍ୟ ଔଷଧ ଦେଇ କାମ କରିବା ପାଇଁ ବାଧ୍ୟ କରାଉଛି ଓ ମାଡ଼ ମାରିବା ପାଇଁ ଧମକ ଦେଉଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: