Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଥାନୀୟ ଅଞ୍ଚଳରେ ମିଳୁନି କାମ, ଖଟିବାକୁ ପଡୁଛି ଦାଦନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍ଥାନୀୟ ଅଞ୍ଚଳରେ ମିଳୁନି କାମ, ଖଟିବାକୁ ପଡୁଛି ଦାଦନ

ଅର୍ଗସ ବ୍ୟୁରୋ:  ଗାଡିର ନମ୍ବର ପ୍ଲେଟକୁ ମଧ୍ୟ ଗାଡିର ନମ୍ବର ଆରମ୍ଭ ( KA ) ଅର୍ଥାତ କେରଳରୁ ଆସିଛି ବସ।  ଆପଣ ଭାବୁଥିବେ ଏହା କୌଣସି ତୀର୍ଥ ବସ ବୋଲି କିନ୍ତୁ ଏହା କୌଣସି ତୀର୍ଥ ବସ ନୁହେଁ ଏହି ବସଟିରେ ଆସିଛି କୋଟପାଡରୁ ଦାଦନ ସଂଗ୍ରହରେ।  ନିଜ ରାଜ୍ୟରେ କାମ ନ ପାଇବାରୁ କୋଟପାଡରୁ କେରଳକୁ ରୋଜଗାର ପାଇଁ ଯାଉଛନ୍ତି ଏହି ଯୁବକ ମାନେ। ପ୍ରତିଦିନ କେରଳରୁ କୋଟପାଡ଼କୁ ଆସୁଥିବା ବସ ଗୁଡିକରେ ସ୍ଥାନୀୟ ଅଞ୍ଚଳର ଶହଶହ ଯୁବକ କେରଳ ଯାଉଛନ୍ତି। ସ୍ଥାନୀୟ ଅଞ୍ଛଳରେ ରୋଜଗାରର କିଛି ବିକଳ୍ପ ନଥିବାରୁ ଲୋକେ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି। ଏହି ଯୁବକ ମାନେ ବର୍ଷ ତମାମ ବାହାରେ ଦାଦନ ଖଟୁଥିବା ବେଳେ କେବଳ ଚାଷ କାର୍ଯ୍ୟ ବେଳେ ନିଜ ଅଞ୍ଚଳକୁ ଫେରିଥାନ୍ତି। ଚାଷ କାମ ତୁଲାଇବା ପରେ ପୁଣି ଦାଦନ ଖଟିବାକୁ ଚାଲିଯାଆନ୍ତି।

ନିଜ ରାଜ୍ୟରେ ତଥା ନିଜ ଅଞ୍ଚଳରେ କାମ ନ ପାଇ କେରଳ ମୁହଁ କୋଟପାଡ଼ ଅଞ୍ଚଳବାସୀ, ଯେତେବେଳେ ରାଜ୍ୟରେ ବିଜେଡି ସରକାର ଶାସନ କରୁଥିଲେ ସେତେ ବେଳେ ଡିଣ୍ଡିମ ପିଟୁଥିଲେ ଲୋକଙ୍କୁ ରାଜ୍ୟରେ ହିଁ ରୋଜଗାର ଦିଆଯାଉଛି କିନ୍ତୁ ଲୋକଙ୍କୁ ରୋଜଗାର ତ ଦୂରର କଥା ଲୋକ ଚାଷ  କଲା ପରେ ଧାନ ବିକ୍ରୟ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।୨୪ ବର୍ଷର ସ୍ଥିର ସରକାର ପରେ ଏ ହେଉଛି ବିକାଶର ଚିନ୍ତା ରାଜ୍ୟରେ ମିଳୁନି କାମ । ରୋଜଗାର ଆଶାରେ ବାହାର ରାଜ୍ୟ ମୁହାଁ ଗ୍ରାମାଞ୍ଚଳର ଯୁବକ। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unable to find jobs in the local area | Argus News