Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟରେ କାମ ମିଳିଲାନି : ଭୋକର ଯନ୍ତ୍ରଣା ଅସହ୍ୟ ହେଉଥିଲା, ତେଣୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ

Odisha

ରାଜ୍ୟରେ କାମ ମିଳିଲାନି : ଭୋକର ଯନ୍ତ୍ରଣା ଅସହ୍ୟ ହେଉଥିଲା, ତେଣୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟରେ କାମ ମିଳିଲାନି : ଭୋକର ଯନ୍ତ୍ରଣା ଅସହ୍ୟ ହେଉଥିଲା, ତେଣୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ

ଅର୍ଗସ ବ୍ୟୁରୋ : ଥମୁନି ରାଜ୍ୟରେ ଦାଦନ ଯନ୍ତ୍ରଣା । ବାହାର ରାଜ୍ୟକୁ ଯାଇ କିଏ ହାତ ହରାଉଚି ତ କିଏ ନିଜର ପରିବାର ଲୋକଙ୍କୁ ହାରାଉଛି । ଏପଟେ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ଲୋକଙ୍କୁ ରାଜ୍ୟରେ ହିଁ କାମ ଯୋଗାଇ ଦିଆଯାଉଛି ବୋଲି । ସେଥିପାଇଁ କୋଟି କୋଟି ବିନିଯୋଗ ମଧ୍ୟ ହେଉଛି ବୋଲି କହି ବୁଲୁଛନ୍ତି ରାଜ୍ୟ ସରକାର । କିନ୍ତୁ ରାଜ୍ୟ ବାରମ୍ବାର ଦାଦନ ଦୁଃଖ ଦେଖିବାକୁ ମିଳୁଛି ।

ଓଡିଶାରେ କାମ ନ ପାଇ ପୋଡ଼ଶୀ ଛତିଶଗଡକୁ ଭାତ ଯୋଗାଡ଼ କରିବା ପାଇଁ ଯାଇଥିଲେ । କିନ୍ତୁ  ହାତ ହରାଇ ଆସିଲେ । ଏପରି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ ମୁର୍ତ୍ତାହାଣ୍ଡି ପଞ୍ଚାୟତର ବୈଦନାଥ ହରିଜନଙ୍କ ସହ । ପରିବାର ପୋଷିବା ପାଇଁ ଦୁଇ ବର୍ଷ ତଳେ ପଡୋଶୀ ରାଜ୍ୟ ଛତିଶଗଡ ଯାଇଥିଲେ । ସେଠାରେ ସେ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ନିଜର ଦୁଇଟି ହାତ ହରାଇଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠି ପ୍ରଶ୍ନ ଉଠୁଛି... 
ମାଳ ମାଳ ସରକାରୀ ଯୋଜନା ସତ୍ବେ କାହିଁକି ବାହାର ରାଜ୍ୟକୁ ଯାଉଛନ୍ତି ଓଡ଼ିଆ ?କେବେ ନିଜ ଅଞ୍ଚଳରେ କାମ ପାଇବ ଓଡ଼ିଆ ଶ୍ରମିକ ? ୨୪ ବର୍ଷର ବିଜେଡି ସରକାରରେ ଏହା ବିଫଳତା ନୁହଁ କି ? ଦାଦନ ଯନ୍ତ୍ରଣା ଅନୁଭବ କରିବାକୁ ଆଉ କେତେ ପ୍ରମାଣ ଦରକାର ? ଆଉ କେତେ ଓଡ଼ିଆଙ୍କ ଯନ୍ତ୍ରଣାଦାୟକ ଖବର ପରେ ଖୋଲିବ ରାଜ୍ୟ ସରକାରଙ୍କ ଆଖି ? ଏହା ୨୪ ବର୍ଷର ବିଜେଡି ସରକାରର ପୁରୁଷାର୍ଥ ଉପରେ ଉଠାଇଛି ପ୍ରଶ୍ନ ?

ପରିବାରରେ ୯ ଜଣ ସଦସ୍ୟ ଥିବାବେଳେ ବୈଦନାଥ ତାଙ୍କ ଘରେ ଏକମାତ୍ର ରୋଜଗାରିଆ ଥିଲେ । ନିଜ ରାଜ୍ୟରେ କାମ ମିଳୁନଥିବା ବେଳେ ରୋଜଗାର ଆଶାରେ ବାହାର ରାଜ୍ୟ ମୁହାଁ ହେଉଛନ୍ତି ଦାଦନ ଶ୍ରମିକ । ଆଉ ପରେ କିଏ ନିଜ ହାତ, ଗୋଡ ହରାଇ ଫେରୁଛି ତ କିଏ ଶବ ହୋଇ ଫେରୁଛି । ଆଉ ଯାହା ପରେ ଆଶାହ୍ୟ ହୋଇ ପଡ଼ୁଛନ୍ତି ପରିବାର ଲୋକେ । ୨୪ ବର୍ଷର ସ୍ଥାୟୀ ସରକାରର ଅସଲ ମୁଖାକୁ ଖୋଲି ଦେଉଛି ଏହି ଦାଦନ ଯନ୍ତ୍ରଣା । ପୂର୍ବେ କୋଟପାଡ଼କୁ ରାଜ୍ୟର ଭାତ ହାଣ୍ଡି କୁହାଯାଉଥିଲା । ତା ସହ କୋଟପାଡ଼ ଶାଢ଼ୀର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚାହିଦା ରିହିଛି । ରାଜ୍ୟ ସରକାର କିଛି ବର୍ଷ ପୂର୍ବେ କୋଟପାଡ଼ ଅଞ୍ଚଳରେ ଜଣେ ବିଜେଡି ବିଧାୟିକାଙ୍କୁ ହସ୍ତତନ୍ତ୍ର ବୟନଶିଳ୍ପ ମନ୍ତ୍ରୀ ପଦ ମଧ୍ୟ ଦେଇଥିଲେ । କିନ୍ତୁ କୋଟପାଡ଼ ଅଞ୍ଚଳର ବିକାଶ ଶୂନରେ ରହିଛି, ହସ୍ତତନ୍ତ୍ରର ବିକାଶ ମଧ୍ୟ ଶୂନ ହୋଇ ରହିଛି ।

କିନ୍ତୁ ଏଠାରେ ପୁଣି ପ୍ରଶ୍ନ ଉଠୁଛି...
କେତେ ଦିନ ପର୍ଯ୍ୟନ୍ତ ବାହାର ରାଜ୍ୟକୁ ଯାଇ ଚଳିବେ ଓଡ଼ିଆ ? କଣ ପଇଁ ନିଜ ରାଜ୍ୟରେ ମିଳୁନି କାମ ? କିନ୍ତୁ ରାଜ୍ୟର ଆଦିବାସୀ ଏବଂ ଗରିବ ଲୋକ ସଚେତନ ହୋଇ ସାରିଲେଣି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ସରକାରକୁ ପ୍ରକୃତ ଜବାବ ଦେବେ ଏବଂ ରାଜ୍ୟରେ ମୋଦି ସରକାରଙ୍କୁ ଜୟ ଯୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟବାସୀ l
 

Sponsored
Unable to find work in the state: The pangs of hunger were unbearable, so they went out of the state to earn money | Argus News