Videos
|
Odisha

ଆଜିର ମଣିଷ ଠାରୁ ଢେର୍ ଆଗରେ ଏହି ଦୁଇ କୁକୁର...

Smruti Parija
Browse all articles by Smruti Parija
·1 year ago·2 min read
ଆଜିର ମଣିଷ ଠାରୁ ଢେର୍ ଆଗରେ ଏହି ଦୁଇ କୁକୁର...

ଅର୍ଗସ ବ୍ୟୁରୋ: ଗାଡି ପଛେ ପଛେ କୁକୁର...ଆପଣ ଏହାକୁ ଦେଖିଲେ ଭାବୁଥିବେ ବୋଧ ହୁଏ ଏହି କୁକୁରଟି ଗାଡିକୁ ଗୋଡାଉଛି । ସାଧାରଣତଃ କୁକୁରମାନଙ୍କର ଗାଡି ପଛେ ପଛେ ଗୋଡାଇବାର ଗୋଟେ ଅଭ୍ୟାସ । ହେଲେ ୟାକୁ ଟିକେ ଦେଖନ୍ତୁ । ଟିକେ ଯାଉଛି ଟିକେ ରହୁଛି । ଏ ହେଉଛି ଏମାନଙ୍କ ଭଲପାଇବା । ମାଲିକ ଯୁଆଡେ ଏମାନେ ବି ସିଆଡେ...ଏ ସମ୍ପର୍କ ସ୍ନେହର, ପ୍ରେମର, ବିଶ୍ୱାସର । ମାଲିକ ଦାନା ଖାଇଛନ୍ତି ଯେହେତୁ ମାଲିକକୁ ସୁରକ୍ଷା ଦେବେ...ମାଲିକ ପଛେ ପଛେ ବୁଲିବେ । ନିଷ୍ପତ୍ତି ନେଇଛନ୍ତି ଏମାନେ ।  

ମଣିଷ ହୁଅନ୍ତୁ କି ପଶୁପକ୍ଷୀ ସମସ୍ତେ ସେଥିରେ ବନ୍ଧା । ହେଲେ ଅନେକ ସମୟରେ ମଣିଷମାନେ ଭୁଲିଯାଆନ୍ତି ଉପକାର, ସ୍ନେହ ଆଦର । କିନ୍ତୁ ମୁହଁରେ ଭଲପାଏ ବୋଲି କହି ପାରୁ ନ ଥିବା ପଶୁପକ୍ଷୀ କିନ୍ତୁ ବେଶ୍‌ ବୁଝନ୍ତି ଭଲପାଇବାର ଭାଷା । ତାଙ୍କୁ ଟିକିଏ ଯିଏ ସ୍ନେହରେ ଆଉଁଶି ଦିଏ ସେମାନେ ପୂରା ତା’ର ହୋଇଯାଆନ୍ତି । ତାକୁ ପୋଷିଥିବା ମଣିଷ ଉପରକୁ କିଛି ବି ବିପଦ ଆସିଲେ ତାକୁ ନିଜ ଉପରକୁ ନେଇଯାଆନ୍ତି । ସୁଖ ଦୁଃଖରେ ସମଭାଗୀ ଏହି ନିରୀହ ଜୀବମାନେ ସମୟ ଆସିଲେ ନିଜ ଜୀବନ ଦେବାକୁ ବି ପଛାନ୍ତି ନାହିଁ । 

ଠିକ୍‌ ସେମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ପାଇଁ ନିଜ ପୋଷା ପ୍ରାଣୀ ଜୀବନ ପାଲଟିଯାଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ଗ୍ରାମର ଗୋଲଖ ନାୟକଙ୍କ ଏମାନେ ହେଲେ ଜୀବନ । ଘରେ ରଖିଛନ୍ତି 6ଟି କୁକୁର । ସମସ୍ତେ ବୋଲ ମାନନ୍ତି । ଡାକିଦେଲେ ଓ କରନ୍ତି ଏମାନେ । ଯାହା ସେ ଖାଆନ୍ତି ସେମାନେ ମଧ୍ୟ ସେଇଆ ଖାଆନ୍ତି । ଦିନକୁ ପ୍ରତି କୁକୁର ପିଛା 50 ଟଙ୍କା ଖର୍ଚ୍ଚ ହୁଏ । 

ଗୋଲଖଙ୍କ ନୀତି ଦିନିଆ ବ୍ୟବସାୟ କହିଲେ କ୍ଷୀର ବିକ୍ରୀ କରିବା ।  ଯେତେବେଳେ ସେ କ୍ଷୀର ବିକ୍ରି କରିବାକୁ ବାହାରି ପଡନ୍ତି ଏମାନେ ମଧ୍ୟ ତାଙ୍କ ସହ ବାହାରିଯାଆନ୍ତି । ତାଙ୍କୁ ସୁରକ୍ଷା ଦିଅନ୍ତି । କେଉଁଠି ରହିଗଲେ ମାଲିକ ଡାକ ଦେଲେ ସେମାନେ ଧାଇଁ ଆସନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜିର ମଣିଷ ଠାରୁ ଢେର୍ ଆଗରେ ଏହି ଦୁଇ କୁକୁର । ମଣିଷ ପରି ଏମାନେ ସ୍ୱାର୍ଥପର ନୁହଁନ୍ତି । ଏମାନେ ବିବେକି । ମାଲିକର କେବଳ ବୋଲ ମାନନ୍ତି ନାହିଁ । ମାଲିକ ପଛେ ପଛେ ସେ ମାଲିକକୁ ଦେଇଥାନ୍ତି ସୁରକ୍ଷା । ସତରେ ଏମାନେ ଆଜିକାଲିର ସ୍ୱାର୍ଥପର ଦୁନିଆର ମଣିଷମାନଙ୍କ ପାଇଁ ଉଦାହରଣ ।

ଆହୁରି ପଢନ୍ତୁ ଓଡିଶା ଖବର...
 

unconditional-love-between-dog-and-human | Argus News