Videos
|
Odisha

 ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇ ଅଧାରାସ୍ତାରୁ ଚମ୍ପଟ

Manini Pattanayak
Browse all articles by Manini Pattanayak
·2 years ago
 ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇ ଅଧାରାସ୍ତାରୁ ଚମ୍ପଟ

ଯାଜପୁର:  ବିଚାରଧୀନ କଏଦୀ ଚମ୍ପଟ । ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇ ଅଧାରାସ୍ତାରୁ ଚମ୍ପଟ ମାରିଲା କଏଦୀ ।  ଯାଜପୁର ରୋଡ଼ ଉପ-କାରାଗାରର କଏଦୀ  ରାଣା ପ୍ରତାପ ସିଂ ଅସୁସ୍ଥ ଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଯାଜପୁର ରୋଡ଼ ମେଡ଼ିକାଲକୁ ନିଆଯାଇଥିଲା।

ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ମେଡିସିନ କିଣିବାବେଳକୁ ସେ ଅଧା ରାସ୍ତାରୁ ଫେରାର ହୋଇଯାଇଥିଲେ। ଏନେଇ ଜେଲ୍ କର୍ତ୍ତୃପକ୍ଷ କୋରାଇ ଥାନାରେ ଅଭିଯୋଗ କରିଛନ୍ତି । ଫେରାର କଏଦୀ ଦୁଷ୍କର୍ମ ଓ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ ମାମଲାରେ ପାଣିକୋଇଲି ପୋଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ସେପଟେ ଅଭିଯୋଗ ଆଧାରରେ କୋରାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Under-trial prisoner missing. The prisoner went to the medical center for a health check-up | Argus News