Videos
|
Odisha

ଫିଟନେସ୍‌ ନଥିଲେ ଗୁଡିକୁ ଜବତ କରିବା ସହ ଚାଳକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଫିଟନେସ୍‌ ନଥିଲେ  ଗୁଡିକୁ ଜବତ କରିବା ସହ ଚାଳକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ:  ଫିଟ୍‌ନେସ୍ ନଥିଲେ ଗାଡ଼ି ହେବ ସିଜ୍ । ବିନା ଫିଟନେସ୍‌ରେ ବେଧଡକ ଭାବେ ରାସ୍ତାରେ ଚାଲୁଥିବା ଗାଡ଼ି ଗୁଡିକୁ ଜବତ କରିବା ସହ ଚାଳକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ । ଏଣିକି ଅମାନିଆ ଗାଡି ଚାଳକଙ୍କୁ ଜରିମାନା ଲଗାଯିବା ସହ ବେଆଇନ୍ ଗାଡ଼ିକୁ ଅଟକ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଫିଟନେସ୍ ଓ ପଞ୍ଜୀକରଣ ବୈଧତା ସରିଥିବା ଗାଡ଼ିର ଏକ ତାଲିକା ପ୍ରସ୍ତୁତ କରାଯିବ । ରାସ୍ତାରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯାଇ ଚାଳକଙ୍କ ଗାଡିର କାଗଜ ପତ୍ର ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି । ବାରମ୍ବାର ସଚେତନତା ସତ୍ତ୍ବେ କେତେକ ଗାଡ଼ି ମାଲିକ ଏହାର ଉଲ୍ଲଘନ କରୁଛନ୍ତି। ଏସବୁ ଗାଡ଼ି ଦ୍ବାରା ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜରକୁ ଆସିଛି । ସେହିପରୀ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ମଧ୍ୟ ନିୟମର ଖିଲାପି ହେଲେ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Unfit vehicle users will be seized | Argus News