Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan on Budget / ବଜେଟରେ ରହିଛି ବିକଶିତ ଭାରତର ଛବି, ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ବଜେଟରେ ରହିଛି ବିକଶିତ ଭାରତର ଛବି, ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
Dharmendra Pradhan

Key Points

କେନ୍ଦ୍ର ବଜେଟରେ ରହିଛି ବିକଶିତ ଭାରତର ଛବି
ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି
ଧର୍ମେନ୍ଦ୍ର କହିଲେ, ଏକଦା ଖାଦ୍ୟାଭାବର ସାମ୍ନା କରୁଥିବା ଦେଶ ଏବେ ବିଶ୍ବର ସର୍ବାଧିକ ଚାଉଳ ଉତ୍ପାଦନକାରୀ
କେନ୍ଦ୍ର ବଜେଟରେ ରହିଛି ବିକଶିତ ଭାରତର ଛବି । ଯାହାକୁ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଚଳିତ ଥରର କେନ୍ଦ୍ର ବଜେଟ ବିକଶିତ ଭାରତର ଭିଜନକୁ ଏକ ଦିଗ ଦେଇଛି । ଗୋଟିଏ ସମୟ ଥିଲା ଯେବେ ଦେଶରେ ଖାଦ୍ୟାଭାବ ରହୁଥିଲା, କିନ୍ତୁ ଆଜି ଭାରତ ବିଶ୍ବର ସର୍ବାଧିକ ଚାଉଳ ଉତ୍ପାଦନକାରୀ ଦେଶ ବନିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେହିପରି ବଜେଟ ସାଧାରଣ ଜୀବନଜାପନକୁ ସରଳ ଓ ସହଜ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତ ୧୦ ବର୍ଷରେ ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରୁ ବାହାରିଛନ୍ତି । ବିଗତ ୧୦ ବର୍ଷରେ ୪.୩ ଲକ୍ଷ କୋଟି ଟଙ୍କା DBTରେ ଟ୍ରାନ୍ସଫର ହୋଇଛି । ବିଭିନ୍ନ ଯୋଜନାର ଲାଭ ଲୋକଙ୍କୁ ସିଧା ମିଳୁଛି ।

ସେହିପରି ଚଳିତ ବଜେଟରେ ଓଡ଼ିଶାକୁ ଅନେକ କିଛି ମିଳିଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ରେୟାର ୟାର୍ଥ ମିନେରାଲର କେନ୍ଦ୍ରସ୍ଥଳ । ଓଡ଼ିଶାକୁ କେନ୍ଦ୍ରରେ ରଖି ରେୟାର ୟାର୍ଥ କରିଡର କଳ୍ପନା କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଓଡ଼ିଶାରେ ଗ୍ରୀନ୍‌ ଓ ଅରେଞ୍ଜ ଇକୋନୋମିର ଗ୍ରୋଥକୁ ଫୋକସରେ ରଖାଯାଇଛି । ଓଡ଼ିଶା ପାଇଁ ବଜେଟରେ ଅନେକ କିଛି ବ୍ୟୟବରାଦ ରହିଛି । ସିଟି ଇକନୋମିକ ରିଜନ୍‌ ଯୋଜନାରେ ଓଡ଼ିଶାକୁ ମିଳିବ ଅନେକ ଫାଇଦା । ଡାଟା ସେଣ୍ଟର ବନାଇବା ଲାଗି ଓଡ଼ିଶା ଉପଯୁକ୍ତ ସ୍ଥାନ । ଓଡ଼ିଶା ବିଦ୍ୟୁତ ଉତ୍ପାଦନର କେନ୍ଦ୍ରସ୍ଥଳ ସାଜିଛି । ଯାହା ଏହି ଲକ୍ଷ୍ୟ ପୂରଣରେ ସହାୟକ ହେବ । କ୍ରିଏଟିଭ୍ ଇକନୋମିର ହବ୍ ବନିପାରିବ ଓଡ଼ିଶା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Union Budget Reflects Developed India Vision, Odisha Gets Major Boost: Dharmendra Pradhan | Argus News