Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାରିପଦା ଗସ୍ତ

Ritu Das
Browse all articles by Ritu Das
·2 years ago·1 min read
ଆସନ୍ତାକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାରିପଦା ଗସ୍ତ

ଅର୍ଗସ ବ୍ୟୁରୋ: ମନ୍ତ୍ରୀ ରାଜନାଥ ସିଂହ ଆଗାମୀ ୨୨ ତାରିଖ ଗୁରୁବାର ଅପରାହ୍ନ ସାଢେ ୩ଟା ସମୟରେ ବାରିପଦା ପୋଲିସଲାଇନ ପଡିଆ ଠାରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି । ସେ ସେଠାରୁ ବାରିପଦା ଛଉପଡ଼ିଆ ଠାରେ ଏକଘଣ୍ଟା ଧରି ଅନୁଷ୍ଠିତ ବିଜେପି ପକ୍ଷରୁ ହେବାକୁ ଥିବା ଦଳୀୟ କୋର କମିଟି ବୈଠକରେ ଯୋଗଦେବେ। 

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ପ୍ରଥମେ ନବରଙ୍ଗପୁର ଓ ବ୍ରହ୍ମପୁର ଠାରେ ଦଳୀୟ ବୈଠକରେ ପ୍ରମୁଖ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେବା ପରେ ବାରିପଦା କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ବାରିପଦା ବୈଠକରେ ମୟୂରଭଞ୍ଜ ପୂର୍ବ ଓ ପଶ୍ଚିମ ଦୁଇ ସାଂଗଠନିକ ଜିଲ୍ଲା ସମେତ ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବିଜେପି ପ୍ରମୁଖ କର୍ମକର୍ତ୍ତା ସାମିଲ ହେବେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳର ସଫଳତା ଲାଗି କେନ୍ଦ୍ରମନ୍ତ୍ରୀ ସିଂହ ସେମାନଙ୍କୁ ପ୍ରେରଣା ତଥା ମନ୍ତ୍ର ଦେବେ ବୋଲି ଜଣାଯାଇଛି। ଏଠାରୁ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଅଭିମୁଖେ ସେ ଫେରିଯିବେ ବୋଲି ଜଣାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Defense Minister | Argus News