ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ସଂକଳ୍ପ ହେବ ସକ୍ସେସ୍

- ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ସଂକଳ୍ପ ହେବ ସକ୍ସେସ୍
- କେନ୍ଦ୍ର ଶିକ୍ଷାମନ୍ତ୍ରୀ କଲେ 63 ପିଏମଶ୍ରୀ ବିଦ୍ୟାଳୟର ଶ୍ରୀଗଣେଶ
- ରାଜ୍ୟରେ ପିଏଶ୍ରୀ ଲାଗୁକରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନିବେଦନ
- ଭେଦଭାବ ଭୁଲି 1 କୋଟି ପିଲାଙ୍କ ଭବିଷ୍ୟତ ବନାଇବାକୁ ଦେଲେ ଆହ୍ୱାନ
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ ବା ପିଏମଶ୍ରୀ ବିଦ୍ୟାଳୟର ହେଲା ଶୁଭାରମ୍ଭ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶାର 63 ଟି ବିଦ୍ୟାଳୟରେ ମୋଦି ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନାର ଶ୍ରୀଗଣେଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିମଧ୍ୟରେ ରହିଛି 37ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ 26ଟି ନବୋଦୟ ବିଦ୍ୟାଳୟ। 2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନକୁ ସାକାର କରିବାରେ ଏହି ପିଏମଶ୍ରୀ ବିଦ୍ୟାଲୟଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଉଦଘାଟନ ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏହି ବିଦ୍ୟାଳୟରେ ଦିଆଯିବାକୁ ଥିବା ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଭାରତୀୟ ଛାତ୍ର ଆଗାମୀ ଦିନରେ ବିଶ୍ବର ନେତୃତ୍ବ ନେବାରେ ସକ୍ଷମ ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଏଥିସହ ରାଜନୀତିରୁ ଉପରକୁ ଉଠି ରାଜ୍ୟ ସରକାରଙ୍କ ବିଦ୍ୟାଳୟଗୁଡ଼ିକରେ ପିଏମଶ୍ରୀ ଲାଗିୁକରିବା ନେଇ ସହୃଦୟର ସହ ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ଅନୁରୋଧ କରିଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ। ସବୁ ଭେଦଭାବ ଭୁଲି 1 କୋଟି ଓଡ଼ିଆ ପିଲଙ୍କ ଭବିଷ୍ୟତ ବନାଇବା ଲାଗି ଦାୟିତ୍ବ ନେବାକୁ ରାଜ୍ୟ ସରରକାରଙ୍କୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର।କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଶିକ୍ଷା ପାଇଁ ପ୍ରତିବର୍ଷ ମୋଦି ସରକାର 4200 କୋଟି ଟଙ୍କାର ଦାୟିତ୍ବ ନେଉଛନ୍ତି। ଓଡ଼ିଶାରେ ପିଏମଶ୍ରୀ ଯୋଜନା ଲାଗୁହେଲେ ରାଜ୍ୟର ପ୍ରତି ବ୍ଲକ୍ ଓ ମ୍ୟୁନିସିପାଲଟିର 2ଟି ଲେଖାଏଁ ସରକାରୀ ସ୍କୁଲରେ ପରୀକ୍ଷାମୂଳକ ଭାବେ ପିଏମଶ୍ରୀ ସ୍କୁଲ ଶୁଭାରମ୍ଭ କରାଯିବ। ଓଡ଼ିଶାର ପ୍ରାୟ 800ଟି ସ୍କୁଲରେ ଆଗାମୀ 5 ବର୍ଷରେ ମୋଦି ସରକାର ପ୍ରାୟ 1500 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।
୨୦୨୨ ସେପ୍ଟେମ୍ବର ୭ରେ ପିଏମଶ୍ରୀ ଯୋଜନାରର ଶୁଭାରମ୍ଭ କିରଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମଶ୍ରୀ ଯୋଜନା ଲାଗୁକରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସହ ଏମୟଓୁ ସ୍ବାକ୍ଷର କରିସାରିଲେଣି ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ। ପ୍ରଥମ ପର୍ଯ୍ୟାୟ ସ୍କୁଲ ଚୟନ ଶେଷ ହୋଇ ଏବେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜାରି ରହିଛି ଚୟନ ପ୍ରକ୍ରିୟା। କିନ୍ତୁ ଓଡ଼ିଶା ଏପର୍ଯ୍ୟନ୍ତ ବୁଝାମଣା ପତ୍ର ସ୍ବାକ୍ଷର କରି ନାହିଁ। ଏନେଇ ତର୍ଜମା କରାଯାଉଥିବା କହି ସମୟ ଗଡାଇ ଚାଲିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ 3 ଥର ଚିଠି ଲେଖିସାରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରବିବାର ପୁଣିଥରେ ନବୀନଙ୍କୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ଏବେ ପ୍ରଶ୍ନ ଓଡ଼ିଶାର 1 କୋଟି ପିଲାଙ୍କ ଭବିଷ୍ୟତ ନିର୍ମାଣ ଲାଗି କେନ୍ଦ୍ରମନ୍ତ୍ରୀଙ୍କ ନିବେଦନକୁ ବିଚାର କରିବେ ତ ରାଜ୍ୟ ସରକାର।
ଅଧିକ ପଢ଼ନ୍ତୁ ଓଡିଶା ଖବର: