Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିକୁ ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେଡିକୁ ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  ବିଜେଡିକୁ ସିଧା ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପ୍ରଧାନମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର । ଲୋକସଭାରେ ପ୍ରତିଦ୍ୱନ୍ଦ୍ଵିତା କରୁଥିବା ଲୋକଙ୍କୁ ପ୍ରଶ୍ନ ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? । `ବିଜେଡିକୁ ଡର ପଶିଗଲାଣି, ବିଜେଡିକୁ ଓଡ଼ିଆ ଲୋକ ଭାଙ୍ଗିଦେବେ' । ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେନି, ଲୋକଙ୍କୁ ଠକିଲେ ଲୋକେ ଭାଙ୍ଗିଦିଅନ୍ତି । ଏଥର ଲୋକେ ବିଜେଡିକୁ ହରାଇ ଭାଙ୍ଗିଦେବେ ବୋଲି କହିଲେ ଧର୍ମେନ୍ଦ୍ର । ସମ୍ବଲପୁର ଯାହା ନିର୍ଣ୍ଣୟ କରିବ ସାରାଦେଶ ଦୋହରାଇବ, ସମ୍ବଲପୁର ମୋଦିଙ୍କ ସାଙ୍ଗରେ ଅଛି । ନରେନ୍ଦ୍ର ମୋଦି ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ।

ଏକତରଫା ଭାବେ ଏଥର 21ରୁ 21ଟି ଲୋକସଭା ପ୍ରାର୍ଥୀଙ୍କୁ ଲୋକେ ଭୋଟ୍‌ଦେବେ । 10 ବର୍ଷରେ ଓଡ଼ିଶାକୁ ବ୍ୟାପକ ଅନୁଦାନ ଆସିବା ସହ ବଡ଼ବଡ଼ ପ୍ରକଳ୍ପ ହୋଇଛି ।  ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା, ଭରସା ବଢ଼ିଛି । `ବିଜେଡି ମୂଳ ପ୍ରଶ୍ନର ଉତ୍ତର ରଖୁନି, ଅଯଥା ଯୁକ୍ତି କରୁଛି' । ଲୋକେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି, ମେଡିକାଲରେ କାହିଁକି ଡାକ୍ତର ନାହାନ୍ତି ? । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କହି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କହି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ ।  ଗରିବଙ୍କ ଦୁଃଖ କ'ଣ ଜାଣିଛନ୍ତି ମୋଦି, ତାଙ୍କ ନେତୃତ୍ବରେ ଓଡ଼ିଶାର ଦ୍ରୁତ ବିକାଶ ହେବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister Dharmendra Pradhan targeted BJD | Argus News