ଆଜି ଓଡିଶାରେ ହାଇଭୋଲ୍ଟେଜ ପ୍ରଚାର, ଆସୁଛନ୍ତି ଶାହ,ନଡ୍ଡା

ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆସ୍କା ସୋରଡ଼ାରେ ବିଶାଳ ଜନସଭାକୁ କରିବେ ସମ୍ବୋଧନ । କଟକରେ ମେଗା ରୋଡ଼ ସୋ । ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗରୁ ଆରମ୍ଭ ହୋଇ ଚଣ୍ଡୀ ମନ୍ଦିର ଯାଏଁ ହେବ ରୋଡ଼ ସୋ । ଏଥିସହ ଆସ୍କାର ସୋରଡ଼ା ଓ ବୌଦ୍ଧରେ ବିଶାଳ ଜନସଭାକୁ ବି ଶାହ କରିବେ ସମ୍ବୋଧନ । ଓଡ଼ିଶା ଆସିବା ପୂର୍ବରୁ ଜାତୀୟ ଗଣମାଧ୍ୟମରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏ ଦମ୍ଭୋକ୍ତି । ଓଡ଼ିଶାର 21ରୁ 17 ଲୋକସଭା ଆସନ ଜିତିବା ନେଇ କରିଛନ୍ତି ବଡ଼ ଦାବି । ପୂର୍ବରୁ ବି ଶାହ କହିଥିଲେ ଓଡ଼ିଶାରେ ସରକାର ଗଠନ କରିବ ବିଜେପି ।
ଅଧିକ ପଢନ୍ତୁ : ଓଡ଼ିଶା ଆସିବା ପୂର୍ବରୁ ଅମିତ୍ ଶାହଙ୍କ ଦମ୍ଭୋକ୍ତି
ସେପଟେ ଆଜି ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଭୁବନେଶ୍ବରରେ ପହଞ୍ଚି ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେବେ । 17 ତାରିଖରେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ଜନସଭାକୁ ସମ୍ବୋଧନ କରିବେ ଜେ.ପି ନଡ୍ଡା । ଆସନ୍ତା 20 ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି। ପୂର୍ବରୁ ଭୁବନେଶ୍ବରରେ ବିଶାଳ ରୋଡ଼ ସୋ ସହ ଗୋଟିଏ ଦିନରେ 3ଟି ଜନସଭା କରି ଓଡ଼ିଶାରେ ବିଜେପି ସରକାର ଗଠନ ନେଇ ଗ୍ୟାରେଣ୍ଟି ଦେଇଛନ୍ତି ମୋଦି।