Videos
|
Odisha

Amit Shah Program Cancelled / ଓଡ଼ିଶା ଆସିବେନି ଅମିତ ଶାହ, ହଠାତ୍ ବାତିଲ ହେଲା କାର୍ଯ୍ୟକ୍ରମ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
ଓଡ଼ିଶା ଆସିବେନି ଅମିତ ଶାହ, ହଠାତ୍ ବାତିଲ ହେଲା କାର୍ଯ୍ୟକ୍ରମ
Amit Shah

Key Points

ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ
ଆସନ୍ତା ୪ ତାରିଖରେ ବରଗଡ଼ ଆସିଥାନ୍ତେ ଶାହ
ଇଥାନଲ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଥାନ୍ତେ ଶାହ
ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ଜୁଲାଇ ୩ ରୁ ୫ ତାରିଖ ଯାଏଁ ଅମିତ ଶାହଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରହିଥିଲା । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମ ରହିଥିଲା । ଇଥାନଲ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଥାନ୍ତେ ଶାହ । ବିଶେଷ କାର୍ଯ୍ୟକ୍ରମ ଥିବାରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ସ୍ଥଗିତ ରଖାଯାଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ସେପଟେ ପରବର୍ତ୍ତୀ ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ବରଗଡ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆଗାମୀ ଜୁଲାଇ ୩ ତାରିଖ ବିଳମ୍ବିତ ରାତିରେ ଓଡ଼ିଶାରେ ପହଞ୍ଚିଥାନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜୁଲାଇ ୪ ତାରିଖରେ ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ପ୍ରାୟ ୧,୭୫୦ କୋଟି ଟଙ୍କାର ଏହି ଭବ୍ୟ ପ୍ରକଳ୍ପକୁ ଲୋକାର୍ପଣ କରିଥାନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ବଢ଼ିବ ବର୍ଷାର ପରିମାଣ, ଲଗାଣ ବର୍ଷା ପାଇଁ ୨ ଦିନ ସ୍କୁଲ ଛୁଟି


ସେହିପରି ୪ ଓ ୫ ତାରିଖ ଦୁଇଦିନ ଧରି ପଶ୍ଚିମ ଓଡ଼ିଶା ସମେତ ବଡ଼ମ୍ବାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା । ଏଥିସହ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟର ବିଜେପି ସରକାରଙ୍କ ସଫଳତା ବାବଦରେ ଆୟୋଜିତ ସାଧାରଣସଭାରେ ସେ ଯୋଗଦେଇଥାନ୍ତେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Shah Cancels Odisha Tour Scheduled From July 3 | Argus News